Latest Odisha News

ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ କୁକୁଡ଼ା ମାଂସ ଓ ଅଣ୍ଡା: ସଚିବ

ଭୁବନେଶ୍ବର: କୁକୁଡା ମାଂସ ଓ ଅଣ୍ଡା ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଉଠୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ । ଏହି ଖବରରେ କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ଗୁଜବ ଅଟେ ବୋଲି ସଚିବ ସ୍ପଷ୍ଟ କରିଛନ୍ତି।

ନିକଟରେ କେତେକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କୁକୁଡା ମାଂସ ଓ ଅଣ୍ଡାକୁ ନେଇ ଗୁଜବ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଥିଲା। “କୁକୁଡା ଫାର୍ମଗୁଡିକରୁ କରୋନାଠାରୁ ଅଧିକ ବିପଦପୂର୍ଣ୍ଣ ଏକ ଭୂତାଣୁ ସଂକ୍ରମଣର ବାହାକ ହେବାର ସମ୍ଭାବନା ରହିଥିବା କୁହାଯାଉଥିଲା।

ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କିମ୍ବା ବିଶ୍ବ ପ୍ରାଣୀ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ମଧ୍ୟ ଜାରି କରାଯାଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯଦି ଏନେଇ କୌଣସି ତଥ୍ୟ ଆସିବ ତେବେ ସରକାରଙ୍କ ପକ୍ଷରୁ ତୁରନ୍ତ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସଚିବ କହିଛନ୍ତି।

Leave A Reply

Your email address will not be published.