Latest Odisha News

ଏମିତି ଗାଁ ଯେଉଁଠି ନାହିଁ ଗୋଟିଏ ବି ମନ୍ଦିର, ଅସ୍ତି ସହ କରାଯାଏ କିଛି ଏପରି କାମ

ହିନ୍ଦୁଧର୍ମ ଅନୁସାରେ ଶରୀରକୁ ମୃତ୍ୟୁ ପରେ ଦାହ କରାଯାଏ ଏବଂ ଶବକୁ ଜାଳିବା ପରେ ଏହାର ପାଉଁଶ କୌଣସି ପବିତ୍ର ନଦୀରେ ବିସର୍ଜନ କରାଯାଏ । ଏହି ରୀତିନୀତି ଓ ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ।  କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀର ସହିତ ଏପରି କିଛି କରାଯାଏ, ଯାହା ଆପଣ ଶୁଣିଲେ ବିଶ୍ୱାସ କରି ପାରିବେନି ।

ଆଜି ଆମେ ଆପଣଙ୍କୁ ରାଜସ୍ଥାନର ସେହି ଗାଁ ବିଷୟରେ କହିବୁ, ଯେଉଁଠାରେ ବାସ କରୁଥିବା ଲୋକମାନେ କୌଣସି ଧାର୍ମିକ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ। ଏହି ଅନନ୍ୟ ଗାଁଟି ରାଜସ୍ଥାନର ଚୁରୁ ଜିଲ୍ଲାର ତାରାନଗର ତହସିଲରେ ଅବସ୍ଥିତ, ଯାହାର ନାଁ ‘ଲାମ୍ବା କି ଧାନି କି’ । ଏଠାରେ ମୃତ୍ୟୁ ପରେ ନଦୀରେ ପାଉଁଶ ବିସର୍ଜନ ନ କରି ତାହାକୁ ପୁନର୍ବାର ଜଳାଯାଏ ।

ରାଜସ୍ଥାନର ଚରୁ ଜିଲ୍ଲାର ଏହି ଗାଁ ବେଶ୍ ସ୍ୱତନ୍ତ୍ର, ଏଠାରେ ରହୁଥିବା ଲୋକମାନେ ଈଶ୍ୱରଙ୍କୁ ମାନନ୍ତି ସତ, କିନ୍ତୁ  ଗାଁରେ ଗୋଟିଏ ହେଲେ ବି ମନ୍ଦିର ନାହିଁ । ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ, ଧାର୍ମିକ ରୀତିନୀତି ପରିବର୍ତ୍ତେ ଲୋକମାନେ ନିଜର ପରିଶ୍ରମ ଏବଂ ଉତ୍ସର୍ଗ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ‘ଲାମ୍ବା କି ଧାନି କି’ ଗାଁରେ ମାତ୍ର ୧୦୫ଟି ଘର ଅଛି, ଯେଉଁଥିରେ ୧୦ଟି ଘର ମେଘୱାଲ୍, ୯୧ଟି ଘର ଜାଟ୍ ଏବଂ ୪ଟି ଘର ନାୟକ ରହିଛି ।

ଏହି ଗାଁର ସମସ୍ତ ଲୋକ ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟ ପରିବର୍ତ୍ତେ ନିଜ ନିଜର କାର୍ଯ୍ୟକୁ ଗୁରୁତ୍ୱ ଦେଇଥାନ୍ତି ।ଗାଁର ଲୋକମାନେ କୁହନ୍ତି ଯେ ନିଜ କାମ ହେଉଛି ସେମାନଙ୍କ ପାଇଁ ପୂଜା । ବୋଧହୁଏ ସେଥିପାଇଁ ଏଠାରେ ରହୁଥିବା ଲୋକମାନେ ସେମାନଙ୍କ ଜୀବନରେ ବହୁତ ସଫଳ  ହୋଇ ପାରିଛନ୍ତି । ଏହି ଗାଁର ୩୦ ଜଣ ଲୋକ ସେନାରେ, ୩୦ଜଣ ପୋଲିସରେ, ୧୭ଜଣ ରେଳବାଇରେ ଏବଂ ୩୦ଜଣ ମେଡିକାଲରେ କାର୍ଯ୍ୟରତ। ଏହା ବ୍ୟତୀତ ଗାଁର ପାଞ୍ଚ ଜଣ ଯୁବକ ମଧ୍ୟ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ପଦକ ଜିତିଛନ୍ତି। ଏହିପରି ଭାବେ ଗାଁଟି ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି ।

Comments are closed.