Latest Odisha News

BREAKING NEWS

୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଇତିହାସର ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ସବୁଠାରୁ ରହସ୍ୟମୟ ଏବଂ ବିପଦପୂର୍ଣ୍ଣ ଅପରେସନ୍ ମାନଙ୍କ ମଧ୍ୟରୁ ଗଣା ଯାଏ। ଏହା ଏକ ଏପରି ମିଶନ୍‌ର କାହାଣୀ ଯାହା କୌଣସି ଅଧିକାରିକ ରେକର୍ଡରେ ରେଜିଷ୍ଟର୍ ହୋଇନାହିଁ ଏବଂ ଆଜି ଯାଏ କେହି ଏହାର ସତ୍ୟତାର ତଳ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ପ୍ରାୟ ୬୦ ବର୍ଷ ପୂର୍ବେ ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (CIA) ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ମିଶି ହିମାଳୟର ଉଚ୍ଚତାରେ ଏପରି ଏକ ଉପକରଣ ରଖିଥିଲେ, ଯାହା ବିଷୟରେ କୁହାଯାଏ ଯେ ଏହା ଜାପାନର ନାଗାସାକିରେ ପକାଯାଇଥିବା ପରମାଣୁ ବୋମା ପରି ବିପଦପୂର୍ଣ୍ଣ ଥିଲା। କୁହାଯାଏ ଯେ ଆଜି ବି ସେହି ଉପକରଣ ହିମାଳୟର କୌଣସି ଏକ ସ୍ଥାନରେ ରହିଛି।

ବର୍ଷ ଥିଲା ୧୯୬୫, ଯେତେବେଳେ ବିଶ୍ୱ ‘ଶୀତଳ ଯୁଦ୍ଧ’ (Cold War)ର ଭୟ ଏବଂ ଗୁଇନ୍ଦାଗିରିର ଦୌଡ଼ରେ ଡୁବି ରହିଥିଲା। ଚୀନ୍ ସେତେବେଳେ ନିଜର ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ଏବଂ ଆମେରିକାକୁ ଭୟ ଥିଲା ଯେ ବେଜିଂ ମିସାଇଲ୍ ପରୀକ୍ଷଣଗୁଡ଼ିକର ଗୁପ୍ତ ପ୍ରସ୍ତୁତି କରୁଛି। ଚୀନ୍ ଉପରେ ନଜର ରଖିବା ପାଇଁ CIA ଏକ ଯୋଜନା ପ୍ରସ୍ତୁତ କରିଥିଲା, ଯାହା ଅନୁଯାୟୀ ହିମାଳୟର ଉଚ୍ଚତାରେ ଏକ ପରମାଣୁ-ଚାଳିତ ଗୁଇନ୍ଦା ଉପକରଣ (nuclear-powered listening device) ଲଗାଯିବାକୁ ଥିଲା ଯାହା ଦ୍ୱାରା ଚୀନ୍ର ପରମାଣୁ ପରୀକ୍ଷଣଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ।

ଏହି ବିପଦପୂର୍ଣ୍ଣ ମିଶନ୍ ପାଇଁ ଭାରତରେ ଥିବା ହିମାଳୟ ରେଞ୍ଜର ନନ୍ଦା ଦେବୀ ପର୍ବତକୁ ବଛାଯାଇଥିଲା। ନିଜ ଯୋଜନାକୁ ସାକାର କରିବା ପାଇଁ ଆମେରିକା ଭାରତର ସାହାଯ୍ୟ ମାଗିଥିଲା ଏବଂ ଭାରତୀୟ ନୌସେନାର ଅଧିକାରୀ କ୍ୟାପ୍ଟେନ୍ ଏମ୍.ଏସ୍. କୋହଲିଙ୍କୁ ଏହି ଗୁପ୍ତ ଅଭିଯାନର ନେତୃତ୍ୱ ଦିଆଯାଇଥିଲା। ଏହି ଟିମ୍‌ରେ ଭାରତ ଏବଂ ଆମେରିକାର କିଛି ପର୍ବତାରୋହୀ ସାମିଲ ଥିଲେ। ସେମାନଙ୍କ ପାଖରେ ଏକ ଭାରି ‘SNAP-19C ଜେନେରେଟର୍’ ଥିଲା, ଯାହାରେ ପ୍ରାୟ ୧୩ କିଲୋ ପ୍ଲୁଟୋନିଅମ୍ ଭର୍ତ୍ତି ହୋଇଥିଲା। ଏହି ପ୍ଲୁଟୋନିଅମ୍ ପରିମାଣ ନାଗାସାକି ଉପରେ ପକାଯାଇଥିବା ବୋମାର ପ୍ରାୟ ଏକ-ତୃତୀୟାଂଶର ସମାନ ଥିଲା।

ଯୋଜନାର ଆରମ୍ଭ ହେଲା ଏବଂ CIA ଏବଂ ଭାରତୀୟ ଯବାନମାନେ ନନ୍ଦା ଦେବୀର ରାସ୍ତାରେ ଆଗେଇ ଚାଲିଲେ। ହାଡ଼ କମ୍ପାଇଦେବା ଭଳି ଥଣ୍ଡା, ଉଚ୍ଚତା ଏବଂ ବରଫର ମୋଟା ଚାଦର ସହ ଲଢ଼ି ଏହି ୟୁନିଟ୍ ନିଜ ଲକ୍ଷ୍ୟର ନିକଟବର୍ତ୍ତୀ ପହଞ୍ଚିଗଲା, କିନ୍ତୁ ଠିକ୍ ସେହି ସମୟରେ ଭୟଙ୍କର ବରଫ ଝଡ଼ ଆସିଗଲା। ତୀବ୍ର ପବନ ଏବଂ ଶୂନ୍ୟ ଦୃଶ୍ୟମାନତା କାରଣରୁ କ୍ୟାପ୍ଟେନ୍ କୋହଲି ରେଡିଓରେ ଆଦେଶ ଦେଲେ ଯେ ‘ଉପକରଣକୁ ସେଠାରେ ଛାଡ଼ିଦିଅ ଏବଂ ତୁରନ୍ତ ତଳକୁ ଫେରି ଆସ।’ ଟିମ୍ ଜେନେରେଟର୍ ଏବଂ ଆଣ୍ଟେନାକୁ ସେଠାରେ ଲୁଚାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଓହ୍ଲାଇ ଆସିଲେ। କିନ୍ତୁ ପରବର୍ତ୍ତୀ ବର୍ଷ ଯେତେବେଳେ ଟିମ୍ ପୁନର୍ବାର ସେହି ସ୍ଥାନକୁ ପହଞ୍ଚିଲା ତେବେ ଉପକରଣ ଅଦୃଶ୍ୟ ହୋଇଯାଇଥିଲା।

ଟିମ୍ ଦେଖିଲା ଯେ ଯେଉଁଠାରେ ସେମାନେ ଉପକରଣ ରଖିଥିଲେ ସେହି ପୂରା ଅଞ୍ଚଳ ବରଫରେ ଢ଼ାଙ୍କି ଯାଇଛି। ସେଠାରେ ପ୍ଲୁଟୋନିଅମ୍ କୌଣସି ଚିହ୍ନ ନଥିଲା ଏବଂ ନା କୌଣସି ଉପକରଣ। ଦୃଶ୍ୟ ଏପରି ଥିଲା ଯେ ଉପକରଣ ହିମାଳୟର ବରଫରେ ମିଶି ଯାଇଛି। ଉପକରଣର ଖୋଜିବା ପାଇଁ ଗେଇଗର୍ କାଉଣ୍ଟର୍, ରେଡିଏସନ୍ ଡିଟେକ୍ଟର୍ ଏବଂ ସେନ୍ସର୍ ଡିଟେକ୍ଟର୍ ସବୁ ପଠାଯାଇଥିଲା, କିନ୍ତୁ କୌଣସି ସୁରାକ ମିଳିଲା ନାହିଁ। ବିଶେଷଜ୍ଞମାନେ ସନ୍ଦେହ କରନ୍ତି ଯେ ଉପକରଣ ଧୀରେ ଧୀରେ ବରଫ ଇ ତଳେ ଗ୍ଲେସିଅରଗୁଡ଼ିକ ସହ ଗଙ୍ଗା ଆଡ଼କୁ ଖସି ଯାଇଥାଇପାରେ। ସେହି ସମୟରେ କ୍ୟାପ୍ଟେନ୍ କୋହଲି ଏକ ବୟାନରେ କହିଥିଲେ, ‘ଆମେ ଜାଣି ନଥିଲୁ ଯେ ଏଥିରେ ଏତେ ବଡ଼ ବିପଦ ଲୁଚି ରହିଛି।’

Leave A Reply

Your email address will not be published.