ବାଲେଶ୍ୱର ଛାତ୍ରୀ ପୋଡି ଯିବା ଘଟଣା ଏବେ ତେଜିବାରେ ଲାଗିଛି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେ । ଏବେ ସେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ଭେଟିଛନ୍ତି । ଶରୀର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ତାଙ୍କୁ ଦିଲ୍ଲୀ ନିଆଯାଇପାରୁନାହିଁ । ସାମାନ୍ୟ ନରମାଲ କଣ୍ଡିସନକୁ ଆସିଲେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଛାତ୍ରୀଜଣଙ୍କ ପୋଡିହେବା ଆଗରୁ ସାଂସଦ, ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଟ୍ୱିଟ କରିଥିଲେ । ହେଲେ ସେମିତି କିଛି ନହେବାରୁ ସେ ବାଧ୍ୟ ହୋଇ ପୋଡି ହୋଇଯାଇଛନ୍ତି । ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଥିବାରୁ ୧୨ ଜଣିଆ ଡାକ୍ତରୀ ଦଳ ଏବେ ଚିକିତ୍ସା ପାଇଁ ଲାଗିପଡିଛନ୍ତି । ଆସନ୍ତା ୨୪ ରୁ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି । ପୀଡିତାଙ୍କ ଏଭଳି ଅବସ୍ଥା ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପାଇଁ ଯାହା ଦରକାର ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି । କଲେଜ କର୍ତ୍ତର୍ୁପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପାଇଁ କର୍ତ୍ତୁପକ୍ଷଙ୍କ ଦାୟିତ୍ୱହିନତାକୁ ସେ ଦାୟୀ କରିଛନ୍ତି । କିଛିଦିନ ତଳେ ଛାତ୍ରୀ ଜଣଙ୍କ ବାଲେଶ୍ୱର ସାଂସଦଙ୍କୁ ଭେଟିଥିଲେ । ଏହି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରତାପ ଷଡଙ୍ଗୀ ପଚାରିଥିଲେ । ହେଲେ ସେ ଛାତ୍ରୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ବଦଳରେ ଅଧ୍ୟାପକ ସମୀର ସାହୁଙ୍କୁ ପ୍ରଂଶସା କରିଥିଲେ । ଛାତ୍ରୀଙ୍କ ଏଭଳି ଅବସ୍ଥା ପରେ ରାଜନୀତି ତେଜିବାରେ ଲାଗିଛି । ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆନ୍ଦୋଳନ କରି ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ଠିକ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି, ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ଛାତ୍ରୀ କାହିଁକି ଆତ୍ମାହୁତି ଉଦ୍ୟମ କଲା, ସେଥିପାଇଁ ସେ ଆଗରୁ ସମସ୍ତଙ୍କୁ ଅବଗତ କରିଥିଲା । ହେଲେ ଏହି ଘଟଣାକୁ କାହିଁକି ହାଲୁକା ଭାବେ ନିଆଗଲା ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର ଓ ଯୁବ ବିଜେଡି । ବିଧାୟକ ବ୍ୟୋମକେଶ ରାୟ,ଦେବୀରଞ୍ଜନ ତ୍ରିପାଠୀ ଏବଂ ବିଜେଡିର କର୍ମକର୍ତ୍ତାମାନେ ଏଥିରେ ସାମିଲ ଥିଲେ । ଘେରାଉ କରାଯିବାରୁ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।
Comments are closed.