Latest Odisha News

ଆଜି ପବିତ୍ର ଅକ୍ଷୟ ତୃତୀୟା; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ବରାନ୍ବିତ କରୁ” ବୋଲି ଟ୍ବିଟରେ ଉଲ୍ଲେଖ ରହିଛି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଓଡ଼ିଶା ସମେତ ସାରା ବିଶ୍ୱବାସୀ ପ୍ରଭାବିତ ହେଉଥିବା ବେଳେ ଓଡ଼ିଆ କୃଷକମାନେ ନିରାଡ଼ମ୍ବର ଭାବେ ଏହି ପବିତ୍ର ପାରମ୍ପରିକ ଉତ୍ସବ ପାଳନ କରୁଥିବା ନଜର ଆସୁଛି ।

ଓଡ଼ିଶାର କୃଷକମାନେ ବର୍ଷକ ଲାଗି ଯେଉଁ ଚାଷ କରିବେ ଆଜି ଧାନବିଲରେ ପାରମ୍ପରିକ ଭାବେ ପୂଜା କରି ଚାଷ ଆରମ୍ଭ କରିବାର ବିଧି ରହିଛି।

Leave A Reply

Your email address will not be published.