ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ୪ଟି ଘରୋଇ ହସପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହୋଉଥିବା ରୋଗୀଙ୍କ ସହ ଆଲୋଚନା କରିଥିଲେ। ବିଏସକେୱାଇ ଯୋଜନାରେ ମିଳୁଥିବା କାର୍ଡରେ କେତେ ଜଣ ରୋଗୀ ସେବା ପାଉଛନ୍ତି, ସେମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି, କାର୍ଡରୁ ମଗଣା ଚିକିତ୍ସା ବ୍ୟତିତ ଅତିରିକ୍ତ ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ସେ ବିଷୟରେ ରୋଗୀଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
ପ୍ରକାଶଥାଉକି, ଡିସେମ୍ବର ୧୦ ତାରିଖରେ ପ୍ରଶାସନ ତରଫରୁ ୬ଟି ଘରୋଇ ନର୍ସିଂହୋମ ଉପରେ ଚଢ଼ଉ କରାଯାଇଥିଲା। ନର୍ସିଂହୋମଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ଯଥା କୋଠାର ଦଖଲ ପ୍ରମାଣପତ୍ରର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା, ଟ୍ରେଡ୍ ଲାଇସେନ୍ସ, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡର ପଞ୍ଜିକରଣ ସଂପର୍କରେ ଯାଞ୍ଚ କରାଯାଇଥିଲା। ଏହାପରେ ନିୟମ ଉଲଂଘନ କରୁଥିବା କିଛି ନର୍ସିଂ ହୋମକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।
BREAKING NEWS
- NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ
- ଆମେରିକା ସେନାର ବଡ଼ ଆକ୍ରମଣ: ୧୧ ଜଣଙ୍କ ମୃତ୍ୟୁ
- ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି
- ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ
- ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସ ହରାଇଲା ବଡ଼ ୱିକେଟ, ବିଜେପିରେ ଯୋଗଦେବେ ଭୂପେନ ବୋରା
- ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରି ‘ଜୟ ହୋ’ ଲେଖିଲେ ଫ୍ରାନ୍ସ ରାଷ୍ଟ୍ରପତି
- ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’
- ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
- ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ
Comments are closed.