ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ୪ଟି ଘରୋଇ ହସପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହୋଉଥିବା ରୋଗୀଙ୍କ ସହ ଆଲୋଚନା କରିଥିଲେ। ବିଏସକେୱାଇ ଯୋଜନାରେ ମିଳୁଥିବା କାର୍ଡରେ କେତେ ଜଣ ରୋଗୀ ସେବା ପାଉଛନ୍ତି, ସେମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି, କାର୍ଡରୁ ମଗଣା ଚିକିତ୍ସା ବ୍ୟତିତ ଅତିରିକ୍ତ ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ସେ ବିଷୟରେ ରୋଗୀଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
ପ୍ରକାଶଥାଉକି, ଡିସେମ୍ବର ୧୦ ତାରିଖରେ ପ୍ରଶାସନ ତରଫରୁ ୬ଟି ଘରୋଇ ନର୍ସିଂହୋମ ଉପରେ ଚଢ଼ଉ କରାଯାଇଥିଲା। ନର୍ସିଂହୋମଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ଯଥା କୋଠାର ଦଖଲ ପ୍ରମାଣପତ୍ରର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା, ଟ୍ରେଡ୍ ଲାଇସେନ୍ସ, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡର ପଞ୍ଜିକରଣ ସଂପର୍କରେ ଯାଞ୍ଚ କରାଯାଇଥିଲା। ଏହାପରେ ନିୟମ ଉଲଂଘନ କରୁଥିବା କିଛି ନର୍ସିଂ ହୋମକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।
BREAKING NEWS
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
- Trump Tehran Conflict: ମଧ୍ୟପ୍ରାଚ୍ୟରେ କିଛି ବଡ଼ ଘଟିବାକୁ ଯାଉଛି କି? ‘ଇରାନ ମୁହାଁ ଆମେରିକା ଯୁଦ୍ଧଜାହାଜ…’
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
- ୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର
- ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ରାଜନୈତିକ ବିବାଦରେ ଫସିଲା ପାକିସ୍ତାନ, BoP କୁ ନେଇ ହଙ୍ଗାମା
Comments are closed.