Latest Odisha News

BREAKING NEWS

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ କିରାଣି

ଭୁବନେଶ୍ୱର: ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ । ଡେଥ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି । କିରାଣି ଅନୁପ କୁମାର ଶତପଥୀଙ୍କ ଠାରୁ ଭିଜିଲାନ୍ସ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ।

ଅଭିଯୋଗ ଅନୁସାରେ, ଜମି କାମ ପାଇଁ ଜେଜେ ବାପା ଓ ଜେଜେ ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ଅଭିଯୋଗକାରୀ । ହେଲେ କିରାଣି ମହାଶୟ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ କିରାଣି ଧରା ପଡ଼ିଛନ୍ତି ।

Leave A Reply

Your email address will not be published.