ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ପ୍ରଚାର ଭିତରେ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିଛି । ସ୍ୱାଧୀନତା ପରେ ପାଟନା ସଦାକତ୍ ଆଶ୍ରମରେ ପ୍ରଥମ ଥର ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାର ପ୍ରୟାସ କରିଛି । ସେହି ଆଶ୍ରମରେ କଂଗ୍ରେସ CWC ବୈଠକ କରି ବିହାରବାସୀଙ୍କ ଜରିଆରେ ସାରା ଦେଶକୁ ଦେଇଛି ବଡ଼ ମେସେଜ । ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବା ଏହି ମାଟିରେ କଂଗ୍ରେସ ସରକାର ଗଠନ କରି ଲାଲୁ ଓ ନୀତୀଶ ରାଜ୍କୁ ଖତମ୍ କରିବାର ରଣନୀତି ପ୍ରସ୍ତୁତ କରିଛି । ସେଥିପାଇଁ ତ ଭୋଟର ଅଧିକାର ଯାତ୍ରା ପରେ ଏହି ବୈଠକରେ ମଧ୍ୟ ମୁଖ୍ୟ ପ୍ରସଙ୍ଗ ରହିଥିଲା ଭୋଟ୍ ଚୋରି ଅଭିଯୋଗ ।ଏହି ପ୍ରସଙ୍ଗକୁ ନେଇ ଏଥର ନିର୍ବାଚନ ବୈତରଣୀ ପାର୍ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ ।
ତେଲଙ୍ଗାନାରେ CWC ବୈଠକର ୨ ମାସ ପରେ କଂଗ୍ରେସ ସରକାର ଗଠନ କରିଥିଲା । ଏଥର CWC ବୈଠକର ଦୁଇ ମାସ ପରେ ବିହାରରେ କଂଗ୍ରେସ ସରକାର ଗଠନ କରିବ ବୋଲି କହିଛନ୍ତି ସଂଗଠନ ମହାସଚିବ କେସି ବେଣୁଗୋପାଳ । କଂଗ୍ରେସ ଏଥର ବିହାରରେ ସରପ୍ରାଇଜ ଦେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି, କାରଣ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବାବେଳେ ଏହି ପ୍ରସଙ୍ଗରେ କୌଣସି ନେତା ମୁହଁ ଖୋଲି ନାହାନ୍ତି । ଅର୍ଥାତ୍ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ କଂଗ୍ରେସ ପସନ୍ଦ କରୁ ନାହିଁ…ତେଣୁ, ଇଣ୍ଡିଆ ବ୍ଲକ୍ରେ ଆସନ ବୁଝାମଣା ହୋଇ ପାରୁ ନାହିଁ…ତେଣେ, କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଭୋଟ୍ ଚୋରି ପ୍ରସଙ୍ଗରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏସବୁ ଭିତରେ ବିହାର ଜନତାଙ୍କ ପାଇଁ ଇଣ୍ଡିଆ ବ୍ଲକ୍ କରିଛି ବଡ଼ ଘୋଷଣା । ସରକାରକୁ ଆସିଲେ ଅତିପଛୁଆ ବର୍ଗ ଲୋକଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ…ଏହି ବର୍ଗର ଲୋକଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣକୁ ୨୦ରୁ ୩୦ ପ୍ରତିଶତ ବୃଦ୍ଧି କରାଯିବ…ନିର୍ବାଚନକୁ ଆଉ ମାତ୍ର କେଇ ଦିନ ଅଛି…ତା’ପୂର୍ବରୁ ବିହାର ରାଜନୀତି ପ୍ରତିଦିନ ରୋଚକ ମୋଡ଼ ନେଉଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.