ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ ହଜାର ୩୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୧ରେ ପହଞ୍ଚିଛି ।
ସେପଟେ ୧୬ ହଜାର ୪୫୪ ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ୪୨୫୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
ମହାରଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ଓ ତାମିଲନାଡୁରେ ସର୍ବାଧିକ କରୋନା ରୋଗୀ ଚିହ୍ôନଟ ହୋଇଛନ୍ତି । ମୁମ୍ବାଇରେ କେବଳ ପାଞ୍ଚ ହଜାରରୁ ଅଧିକ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁଜରାଟ ଓ ଦିଲ୍ଲୀରେ ଦୁଇ ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି ।
Comments are closed.