Latest Odisha News

BREAKING NEWS

ଅଣାୟତ୍ତ କରୋନା: ସଂକ୍ରମଣରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲାଗତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ ।

କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନକୁ ମଧ୍ୟ ଭାରତ ସଂକ୍ରମଣରେ ଟପିଯାଇଛି।

ବିଶ୍ବରେ କ‌ରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଭାରତ ଏବେ ଏକାଦଶ ସ୍ଥାନରେ ପହଞ୍ଚିଛି।

କରୋନା ସଂକ୍ରମଣରେ ଚାଇନାକୁ ଅତିକ୍ରମ କରି ଏକାଦଶ ସ୍ଥାନରେ ପହଞ୍ଚିଛି ଭାରତ ।

ସୂଚନା ଅନୁଯାୟୀ ଏହି ତାଲିକାରେ ଭାରତ ତଳକୁ ଥିବା ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୪୫୧ ରହିଛି ।

ଏହା ପଛକୁ ରହିଛି କାନାଡ଼ା ।ଏଠାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୧ ହଜାରରୁ ଅଧିକ ରହିଛି ।

ବିଶ୍ବରେ ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୮୫ ହଜାର ଟପିଛି । ଏହା ପଛକୁ ରହିଛନ୍ତି ସ୍ପେନ୍‌, ରୁଷ୍‌, ବ୍ରିଟେନ୍‌, ଇଟାଲି, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନୀ, ତୁର୍କୀ, ଇରାନ୍‌।

Leave A Reply

Your email address will not be published.