ନୂଆଦିଲ୍ଲୀ: କେନାଲରେ ଗାଡ଼ି ଖସିପଡ଼ିବାରୁ 7 ଜଣଙ୍କ ଜୀବନ ଗଲା। ଘନ କୁହୁଡ଼ି ଯୋଗୁଁ ଏପରି ମର୍ମନ୍ତୁଦ ଦର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ସିଧା ରାସ୍ତା ରହିଛି ଭାବେ କୁହୁଡ଼ିରେ ଅନୁମାନ କରି ଚଳାଉଥିଲେ ଗାଡ଼ି, ହେଲେ ଆଗରେ କେନାଲ ଥିବାରୁ କାର ଭାରସାମ୍ୟ ହରାଇ କେନାଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୫ ଜଣଙ୍କ ସନ୍ଧାନ ଜାରି ରହିଛି। ଜଣେ ଶିଶୁ ଏବଂ ଜଣେ ବୃଦ୍ଧଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ଘଟିଛି ହରିୟାଣାର ଫତେହାବାଦରେ।
ସୂଚନା ଅନୁଯାୟୀ, ପଞ୍ଜାବରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାର ନିଜ ଗାଁ ସର୍ଦ୍ଦାରୱାଲାକୁ ଫେରୁଥିଲେ। ଘନ କୁହୁଡ଼ି ଯୋଗୁଁ, ଡ୍ରାଇଭର ହଠାତ୍ ରାସ୍ତା ଉପରେ ନିଜର ଭାରସାମ୍ୟ ହରାଇ ବସିଥିଲେ। ଫଳରେ କାର୍ଟି କେନାଲକୁ ଖସିପଡ଼ିଥିଲା। ଏହି କାରରେ ମୋଟ ୧୪ ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ, ଯେତେବେଳେ କାରର କାଚ ଭାଙ୍ଗିଗଲା, ଅରମାନ ନାମକ ଏକ ଛୋଟ ପିଲା ବାହାରକୁ ଚାଲିଆସିଥିଲା। ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଏହା ବ୍ୟତୀତ ଜଣେ ବୃଦ୍ଧଙ୍କୁ ମଧ୍ୟ ଜୀବିତ ଉଦ୍ଧାର କରାଯାଇଥିଲା।
ଗାଁର ଲୋକମାନେ ତୁରନ୍ତ ପ୍ରଶାସନକୁ ଜଣାଇଥିଲେ। ତା’ପରେ ହରିୟାଣା ଏବଂ ପଞ୍ଜାବ ଉଭୟ ରାଜ୍ୟର ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ। ଏପର୍ଯ୍ୟନ୍ତ ମୋଟ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ୨ ଜଣ ମହିଳା, ୨ ଜଣ ଶିଶୁ ଏବଂ ଜଣେ ପୁରୁଷ ଅଛନ୍ତି। ଏହି ମୃତଦେହଗୁଡ଼ିକ ସିରସାର କାଲାୱାଲି ଗାଁ ନିକଟରେ ମିଳିଥିଲା। ପ୍ରଶାସନ ସ୍ପଷ୍ଟ କରିଛି ଯେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ, କାରଣ ୬ ଜଣ ଏବେ ବି ନିଖୋଜ ଅଛନ୍ତି।
Comments are closed.