Latest Odisha News

ଗୁଲାବ ପ୍ରଭାବରେ ବେହାଲ ସ୍ଥିତି

ମାଲକାନଗିରି: ବିଭିନ୍ନ ସ୍ଥାନରେ ବାତ୍ୟା ଗୁଲାବର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଗଛ ଉପୁଡି ପଡିଛି । ଆଉ ତା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝାଟିମାଟି ଘର ସବୁ ଭାଙ୍ଗିରୁଜି ପଡ଼ିଲାଣି । ଏହି ବାତ୍ୟାର ପ୍ରଭାବ ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ ଖୈରପୁଟ, କୋରୁକୋଣ୍ଡା, କାଲିମେଳା ଓ ମାଲକାନଗିରି ସଦର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୭୫ ଟି ଘର ଭାଙ୍ଗିପଡ଼ିଲାଣି  ।୬୦ଟି ଗଛ ଉପୁଡି ଥିବାବେଳେ ଟେକବାଡ଼ି ସାହି, ବୁଟିଗୁଡା ଓ ପୁରୁଣା ମେଡିକାଲ କଲୋନିରେ ଗଛ ପଡି ୭ ଟି ଘର ଭାଙ୍ଗିଥିବା ବେଳେ ରାସ୍ତା ମଧ୍ୟ ଅବରୋଧ ହୋଇଛି ।ତେବେ ସବୁଠି ଓଡ୍ରାଫ, ଦମକଳ ବାହିନି ଓ ଏନ.ଡି.ଆର.ଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୁ ଶ୍କୋଳନ ହେବାର ଆଶଙ୍କା ରହିଥିବାରୁ ଏହି ରାସ୍ତାରେ ବି.ଏସ.ଏଫ ଜବାନଙ୍କୁ ମୁତୟନ କରାଯାଇଛି ।  ଜିଲ୍ଲାରେ ୬ ଟି ଓଡ୍ରାଫ ଟିମ ସହ ଗୋଟିଏ ଏନ.ଡି.ଆର.ଏଫ ଟିମ ବାତ୍ୟାର ମୁକାବିଲା କରିବା ଲାଗି ମୁତୟନ ରହିଛନ୍ତି । 

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ସେବା ବାଧା ପ୍ରାପ୍ତ ହୋଇଛି ।  ଜିଲ୍ଲାର ୬୩ ଟି ବନ୍ୟା ଆଶ୍ରୟ ସ୍ତଳୀରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି ଯାହା ମଧ୍ୟରେ ୧୨୪ ଜଣ ଗର୍ଭବତି ମହିଳା ରହିଛନ୍ତି । ଆଶ୍ରୟ ସ୍ଥଳି ଗୁଡିକରେ ପ୍ରଶାସନ ତରଫରୁ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ଦିଆ ଯାଉଥିବା ବେଳେ ରାତିରେ ରହିବା ଲାଗି ମଧ୍ୟ ବ୍ୟବସ୍ତା କରାଯାଇଛି ।

ତେବେ ବୁଟିଗୁଡା ଓ ଆଶ୍ରିବାଦ କଲୋନିର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

 

 

 

 

ବାତ୍ୟାର ମୁକାବିଲା କରିବାକୁ ପ୍ରଶାସନ ସଜାଗ ରହିଥିବା ବେଳେ ଲୋକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

 

Comments are closed.