Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା ୨୮-୮-୨୦୨୦ ଶୁକ୍ରବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ମାସ ତା ୨୮ ରିଖ ଶୁକ୍ରବାର ସିଂହ ୧୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  

ଘାତ ବାର :- ବିଛା ଧନୁ ଓ ମୀନ ରାଶିର   
ଘାତ ଚନ୍ଦ୍ର:- ତୁଳା କୁମ୍ଭ ରାଶି ପୁରୁଷ ବୃଷ ମିଥୁନ ରାଶି ମହିଳାଙ୍କର  
ଆଜି: କଳମ୍ବୀ ଶାଗ ଓ ଶିମ୍ବ ଖାଇବା ନିଷେଧ

ମେଷ

କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।ମାଲି ମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।

ବୃଷ

ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ

ମିଥୁନ

ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

କର୍କଟ

ଯଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ

ସିଂହ

ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା

କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା

ଧନ ମାନ ସମ୍ମାନର ଅଧିକାରୀ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ ହେବେ ।ମାଲିମକଦମାରେ ବିଜୟ ଲାଭ କରିବେ ।

ବିଛା

ସତର୍କତା ର ସହ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆଳସ୍ଯ ଓ ଅବହେଳାରୁ ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।

ଧନୁ

ଅପେକ୍ଷା ରତ ଶୁଭ ଖବର ପାଇ ମନ ଖୁସି ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର

ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ଶତୃମାନେ ପରାଜିତ ହେବେ ସୁ ସ୍ବାଦୁ ଭୋଜନ ମିଳିବ ।

କୁମ୍ଭ

ଆର୍ଥିକ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।

ମୀନ

ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଦେହ ମନ ଅସୁସ୍ଥ ହୋଇ ପଡିବ ।

Comments are closed.