ରାଶି ଫଳ
ତା ୦୪-୦୫-୨୦୨୦ ସୋମବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ମଇ ତା ୦୪ ରିଖ ସୋମବାର ମେଷ ୨୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ ଶିମ୍ବ ଓ ପୋଇ
ମେଷ:
ଆଜି ଦେହ ମନ ସୁସ୍ଥ ରହିବ ।ମାଲିମକଦମାରେ ବିଜୟ ଲାଭ କରିବେ । ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
ବୃଷ :
କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ବହୁଦିନର ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ବିବାଦୀୟ ରେ ବିଜୟୀ ହେବେ ।ଅନ୍ଯାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପ୍ରଶଂସିତ ହେବେ ।![]()

ମିଥୁନ :
କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ ବିପଦରେ ପଡିପାରନ୍ତି ।ପାରିବାରିକ ସମସ୍ଯା ଦେଖା ଦେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ ।![]()

କର୍କଟ :
ଉଚ୍ଚ ସମ୍ମାନ ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ । ସାହାଯ୍ୟ ସହାନୁଭୂତି ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବ । ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।

ସିଂହ :
ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବ । କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ଦେହ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।![]()

କନ୍ୟା :
ଶରୀର ସୁସ୍ଥ ରହିବ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ତୁଳା :
ସାଂସାରିକ ଜୀବନ ସୁଖମୟ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ସାଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ସନ୍ତାନ ସନ୍ତତି ମାନଙ୍କର ଉନ୍ନତି ପରିଲକ୍ଷିତ ହେବ ।
ବିଛା :
ସାଂସାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ନାହିଁ ।ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।![]()

ଧନୁ :
ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି ।ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।
ମକର :
ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।
ପୈତୃକ ସମ୍ପତ୍ତିର ଅଧିକାରୀ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଶତୃମାନେ ପରାଜିତ ହେବେ ।
କୁମ୍ଭ :
ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଅନ୍ଯାଯ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବିଜୟ ଲାଭ କରିବେ ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ । ମହିଳାମାନେ ଯଶସ୍ବୀ ହେବେ ।
ମୀନ :
ସ୍ଥିରତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ଘରୋଇ କଳହ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ । ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।
Comments are closed.