Latest Odisha News

BREAKING NEWS

ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହୋଇଛି । ବାତ୍ୟା ଏବେ ସାଗର ଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୫୮୦ କିଲୋମିଟର ଦୂରରେ ଥିବାବେଳେ ବାଂଲାଦେଶର ବାରିଶାଳ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୪୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ୨୫ ତାରିଖ ସକାଳେ ବାଂଲାଦେଶର ତିଙ୍କୋଣ ଦ୍ୱୀପ ଓ ସାନଦ୍ୱୀପ ନିକଟରେ ଅତିକ୍ରମ କରିବ ।

ପ୍ରଭାବରେ ୨୪ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

Leave A Reply

Your email address will not be published.