ବ୍ରହ୍ମପୁର: ବିଜୁ ଜନତା ଦଳ ଲିଗାଲ୍ ଫ୍ରଣ୍ଟର ପୁନର୍ଗଠିତ ହୋଇଛି । ଏଥିରେ ୫୧ଜଣ କର୍ମକର୍ତା ଅଛନ୍ତି । ଶନିବାର ଏନେଇ ଦଳ ତରଫରୁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା । ଏଥିରେ ୩୩ଟି ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ମଧ୍ୟ ରହିଛି । ତେବେ ତାଲିକାରେ ଜଣେ ମୃତ ଆଇନଜୀବୀଙ୍କ ନାମ ରହିଥିବା ସୂଚନା ମିଳିଛି । ଗଜପତି ଜିଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ଭାବେ ଆଇନଜୀବୀ ରାମନାଥ ମିଶ୍ରଙ୍କ ନାମ ଘୋଷଣା ହୋଇଛି । କିନ୍ତୁ ଗତ ଅକ୍ଟୋବର ୩୧ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୭୬ ବର୍ଷରେ ଶ୍ରୀ ମିଶ୍ରଙ୍କ ପରଲୋକ ହୋଇଥିଲା । ସେ ପାରଳାଖେମୁଣ୍ଡି ଓକିଲ ସଂଘର କ୍ରମଗତ ଭାବେ ୨୫ ଥର ସଭାପତି ରହିଥିଲେ । ଜଣେ ବରିଷ୍ଠ ଆଇନଜୀବୀ ତଥା ବିଜେଡ଼ିର ଜଣେ ଟାଣୁଆ ନେତା ଭାବେ ମଧ୍ୟ ଗଜପତି ଜିଲାରେ ବେଶ୍ ଜଣାଶୁଣା ଥିଲେ । ଏଣୁ ମୃତକଙ୍କୁ ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ଭାବେ କେମିତି ଘୋଷଣା କରାଗଲା, ତାହାକୁ ନେଇ ଗଜପତି ଜିଲାରେ ନାନା ଚର୍ଚ୍ଚା ଲାଗି ରହିଛି ।
ତେବେ ଏହା ପ୍ରଥମ ଘଟଣା ନୁହଁ । ପୂର୍ବାରୁ ମଧ୍ୟ ଏଭଳି ବିଜେଡ଼ି ପଦାଧିକାରୀ ତାଲିକାରେ ଏଭଳି ଗୁରୁତର ତୃଟି ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବରରେ ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା । କାର୍ଯ୍ୟକାରୀ କମିଟିରେ ବ୍ରହ୍ମପୁରର ମିନାକ୍ଷୀ ମିଶ୍ରଙ୍କ ନାମ ରହିଥିଲା । କିନ୍ତୁ ୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ତୃଟି ପଦାକୁ ଆସିବା ପରେ ଦଳ ତରଫରୁ ସଂଶୋଧିତ ତାଲିକା ପ୍ରକାଶ କରାଯାଇଥିଲା ।
BREAKING NEWS
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
Comments are closed.