ଯାଜପୁର :ଯାଜପୁର ଜିଲ୍ଲାରର ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସୀ ମାନଙ୍କ ଯୋଗୁଁ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଆଉ ୧୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଜିଲାରେ ଆଜି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୮୮ କୁ ବୃଦ୍ଧି ପାଇଛି ।
ଆଜି ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ବ୍ଲକ ଏବଂ ପୌରପାଳିାକରୁ ୩ ଜଣ, ବରୀ ବ୍ଲକର ଦୁଇ ଜଣ, ଦଶରଥପୁର ବ୍ଲକର ୧୧ ଜଣ ଏବଂ ବଡଚଣା ବ୍ଲକରୁ ଜଣେ କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି ।
ସମସ୍ତେ କଲିକତାରୁ ପେଂରି ସରକାରୀ ଅସ୍ଥାୟୀ ମେଡିକାଲରେ ଥିଲେ ବୋଲି ଜଣାପଡିଛି । ସେପଟେ ଗତକାଲି କେନ୍ଦ୍ରରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ଜିଲାରେ ପହଂଚି କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି କଳିଙ୍ଗନଗର କୋଭିଡ ହସ୍ପିଟାଲ ଗସ୍ତ କରିବା ସହିତ ବିଭିନ୍ନ କଂଟେନମେଂଟ ଅଂଚଳ ବୁଲିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
ଅନ୍ୟପଟେ ଜିଲ୍ଲାକୁ ଫେରୁଥୁବା ପ୍ରବସୀଙ୍କୁ ଦୃଷ୍ଟିରେ ରଖି ଯାଜପୁର ରୋଡ଼ ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଛି ।
Comments are closed.