Latest Odisha News

BREAKING NEWS

ଆଜି ଯାଜପୁରରୁ ଚିହ୍ନଟ ୩୧ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ଆଉ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ଏହି ୩୧ ଜଣଙ୍କ ମଧ୍ୟରେ ରହିଛନ୍ତି ବିଞ୍ଝାରପୁର ବ୍ଲକ ଅଂଚଳର ୨୦, ବରୀ ବ୍ଲକ ଅଂଚଳର ୬ ଏବଂ ରସୁଲପୁର ବ୍ଳକ ଅଂଚଳର ୫ । ୩୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ମହିଳା ହୋଇଥିବା ବେଳେ ଆଉ ୨୯ ଜଣ ପୁରୁଷ ।

୩୦ ଜଣ କଲିକତାରୁ ଫେରିଥିବା ବେଳେ ଜଣେ ଅହମଦାବାଦ ରୁ ଫେରିଥିଲେ । ସମସ୍ତ ୩୧ଜଣ ଜାକ କ୍ୱାରେଂଟାଇନ୍ ରେ ଥିଲେ । ଏହି ୩୧ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଂଚିଛି । ଏଥିମଧ୍ୟରୁ ୫୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୬୯ ।

ତେବେ ଆଜି ଚିହ୍ନଟ ହୋଇଥିବା ୩୧ ଜଣଙ୍କ ବିଷୟରେ ସମସ୍ତ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ବିଞ୍ଝାରପୁରପୁର ବ୍ଳକର ଇଚ୍ଛାପୁର, ବରପଦା, ବାଙ୍ଗରା, ନାଉପାଳ, ଚିକଣା, ଶିଶିରଣା, ବିତନ, ବାସୁଦେବପୁର, ରଣପୁର, ଡିହକୁଳ, ତଳବନ୍ଧ, ବଂଶିପୁର, ବାଛଳ ଓ ସିଂହପୁର ଆଦି ଅଂଚଳରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ବୟସ, ୬୦(ମହିଳା) ୩୦,୨୬,୨୭,୨୦,୨୪,୬୧,୪୯,୫୧,୫୯,୪୮,୫୯,୩୦,୫୪,୨୨,୪୪,୬୦,୪୯,୩୦,୩୮ । ସେହିଭଳି ବରୀ ବ୍ଲକର ଭବାନୀପୁର, ବାଙ୍କସାହି, ଓଉପଡ଼ା, କିମ୍ଭିରିପାଳ, ଭଳିନୂଆଗାଁ ଓ ଗହପାଳ ଆଦି ଅଂଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ, ୪୦,୬୩,୪୭,୫୯,୫୨,୫୨ । ଏଥିସହ ରସୁଲପୁର ବ୍ଲକର ଖଣ୍ଡିତର, ଦେଉଳୀ, ଲଙ୍କାବାଲିସାହି ଓ କରଞ୍ଜିଆରି ଅଂଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ, ୮୦(ମହିଳା), ୬୮,୪୭,୨୯,୨୯ ।

Leave A Reply

Your email address will not be published.