Latest Odisha News

BREAKING NEWS

ଆନ୍ଦୋଳନକାରୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ, ଖୋଜି ଖୋଜି ଜେଲରେ ପୁରାଇବୁ

ଭୁବନେଶ୍ୱର:କଂଗ୍ରେସ ଆନ୍ଦୋଳନକାରୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ। ଏହି ଆନ୍ଦୋଳନ ସମୟରେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହେବା ଘଟଣା ପରେ ପୋଲିସ ମହାନିର୍ଦ୍ଦେଶକ (DGP) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ପରେ DGP କହିଛନ୍ତି, “ମୁଁ କେବଳ ଆହତ ପୋଲିସଙ୍କୁ ଦେଖିବାକୁ ଆସି ନାହିଁ, ଏପରି ଅସାମାଜିକ କାର୍ଯ୍ୟକଳାପ ଲିପ୍ତ ଥିବା ଲୋକଙ୍କୁ ପୋଲିସ ଖୋଜି ଖୋଜି ଧରିବ ।”

ସେ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, “ଯଦି କେହି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହୁଅନ୍ତି, ତାଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ସେମାନେ ଯେଉଁଠି ଲୁଚିଲେ ବି ଖୋଜି ଖୋଜି ଜେଲରେ ପୁରାଯିବ।” ଏହି ଘଟଣା ସାମାଜିକ ଶାନ୍ତି ଓ ନିରାପତ୍ତା ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆନ୍ଦୋଳନର ନାଁରେ ହିଂସା ଓ ପୋଲିସ ଉପରେ ଆକ୍ରମଣ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। DGPଙ୍କ ଏହି କଡ଼ା ବୟାନ ସୂଚାଇଛି ଯେ ପୋଲିସ ପ୍ରଶାସନ ଏବେ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ। ଏହା ସହିତ, ଏହି ଘଟଣା ଆନ୍ଦୋଳନର ଅସଲ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

Comments are closed.