କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୦୨୩ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଜିଲ୍ଲା ଇ- ପାଠାଗାର ସହ ସଂଲଗ୍ନ ଏଚ ଆର ଡି ସି ବିଲ୍ଡିଙ୍ଗରେ ପ୍ରତିଷ୍ଠିତ ହୋଇଛି ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ । ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ପରିଚାଳିତ ହେଉଛି ଏହି କୋଚିଂ ସେଣ୍ଟର୍ । ସୋମବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାପାଳ ବେଦଭୁଷଣ କୋଚିଂ ସେଣ୍ଟର୍ ପରିଦର୍ଶନରେ ଆସି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ମୁଖ୍ୟତଃ ଚଳିତ ବର୍ଷ ଅଳ୍ପଦିନ ମଧ୍ୟରେ ହେବାକୁ ଥିବା ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କୌଶଳ ଓ ଟେଷ୍ଟ ସିରିଜ ନିରନ୍ତର ଅଭ୍ୟାସ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଲାଙ୍କୁ ପ୍ରସ୍ତୁତି ସହ ବ୍ୟକ୍ତିଗତ ତ୍ରୁଟି ସଂଶୋଧନର ସୂତ୍ର ଓ ନିଜ ପରୀକ୍ଷା ସମୟର ଅଭିଜ୍ଞତା ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଆକାଂକ୍ଷିତ ପ୍ରଶ୍ନର ସହଜ ସରଳ ସମାଧାନ ବତାଇଥିଲେ। ଜିଲ୍ଲାକୁ ଆସିବା ଦିନଠାରୁ ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଜିଲ୍ଲପାଳ ବେଦଭୂଷଣ। ବିଭିନ୍ନ ସମୟରେ ନିଜେ ଆସିବା ସହ ଜିଲ୍ଲାକୁ ଆସୁଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପରିଦର୍ଶନ ଓ ଛାତ୍ର ଛାତ୍ରୀଙ୍କ ସହ ପ୍ରେରଣାଦାୟୀ କ୍ଲାସ ପ୍ରଦାନରେ ଉଲ୍ଲେଖଯୋଗ୍ୟ ଭୂମିକା ସୃଷ୍ଟି କରିଛନ୍ତି। ତତ୍ସହିତ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଖଜୁରୀପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ କୃଷି ବିଭାଗ ପରିସଂଖ୍ୟାନ ସହାୟକ ଦୀପକ ରଞ୍ଜନ ପାଢ଼ୀ ନିଜ ଅବସର ସମୟରେ କୋଚିଂରେ ପାଠପଢ଼ାଇ ଯୁବପିଢ଼ିଙ୍କୁ ସାହାଯ୍ୟ ଓ ଉତ୍ସାହିତ କହିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ସହ କ୍ୟାରିୟର କାଉନସେଲିଂ ଓ ମେଣ୍ଟରଶିପ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯିବ ବୋଲି ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପାତ୍ର କହିଛନ୍ତି। ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ଓ ନିୟମିତ ପରିଦର୍ଶନ ଅନେକ ଛାତ୍ର ଛାତ୍ରୀଙ୍କୁ ପାଠାଗାର ଓ କୋଚିଂ ପ୍ରତି ଆକୃଷ୍ଟ କରିବା ସହ ସଫଳତାର ହାରକୁ ତ୍ୱରାନ୍ୱିତ କରିପାରିଛି ବୋଲି ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପରିଚାଳନା ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ ମତବ୍ୟକ୍ତ କରିଛନ୍ତି।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.