ବ୍ରହ୍ମପୁର: ବିଲଡର୍ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ ରୁଜୁ ହୋଇଥିବା ମାମଲା ନଂ ୨୦୨/୨୧ ପ୍ରକାରେ ଶନିବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଡାକ୍ତର ଉତ୍ତମ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଯଥା ମଳାଶୁଣିପେଟା ସାହିର ଡି. ଶିବାଜୀ ଓ ବାଲୁଗାଁର ସୁନୀଲ ସୁବୁଦ୍ଧି ମିଳିତଭାବେ ୨୦୧୦ରେ ୟୁଏମଏସ ନାମକ ଏକ ବିଲଡର୍ କମ୍ପାନି ଖୋଲିଥିଲେ। ଏହି କମ୍ପାନୀ ଜରିଆରେ ସେମାନେ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ କରୁଥିଲେ। ୨୦୧୮ ମାର୍ଚ୍ଚ ୧ ତାରିଖେର ଅଭିଯୁକ୍ତ ଡାକ୍ତର ଓ ତାଙ୍କ ସହଯୋଗୀ ମିଳିତଭାବେ ବଡବଜାର ଗୌଡ ସାହିର ସୁନା ବ୍ୟବସାୟୀ କେ. ପ୍ରସାଦ ରାଓ ସୁବୁଦ୍ଧି ଓ ତାଙ୍କ ପତ୍ନୀ କେ. ଛାୟାବତୀଙ୍କ ନିକଟକୁ ଯାଇ ତାଙ୍କ କମ୍ପାନୀରେ ଟଙ୍କା ଜମା କରିବାକୁ କହିଥିଲେ। ଡା. ଉତ୍ତମ ସୁନା ବ୍ୟବସାୟୀଙ୍କ ଘରକୁ ଯାଇ ଚିଟଫଣ୍ଡ କମ୍ପାନୀର ବିଭିନ୍ନ ସ୍କିମ ବିଷୟରେ ବୁଝାଇଥିଲେ। ୫୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ବ୍ରହ୍ମପୁର ଓ ଭୁବନେଶ୍ବରରେ ନିର୍ମାଣ କରାଯିବାକୁ ଥିବା ଆପାର୍ଟମେଣ୍ଟରେ ଟଙ୍କା ଲଗାଇବାକୁ କହିଥିଲେ। ମାସିକ ୩ ପ୍ରତିଶତ ସୁଧ ସହ ଭୁବନେଶ୍ବରରେ ଏକ ଫ୍ଲାଟ ଦେବାକୁ ପ୍ରତିଶୃତି ଦେଇଥିଲେ। ସୁନା ବ୍ୟବସାୟୀ ବିଭିନ୍ନ କିସ୍ତିରେ ଡା. ଉତ୍ତମଙ୍କୁ ୨ କୋଟି ଟଙ୍କା ଦେଇଥିଲେ। ଏ ନେଇ ଉଭୟ ପକ୍ଷ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ହେଲେ ଅନେକ ମାସ ପରେ ମଧ୍ୟ ଡା. ଉତ୍ତମ କିମ୍ବା ତାଙ୍କ ସହଯୋଗୀମାନେ ସୁନା ବ୍ୟବସାୟୀଙ୍କୁ ସୁଧ ଟଙ୍କା କିମ୍ବା ଆପାର୍ଟମେଣ୍ଟ ପ୍ରଦାନ କରିନଥିଲେ। ଏହାପରେ ତାଙ୍କର ୨ କୋଟି ଟଙ୍କା ଫେରାଇଦେବାକୁ ସୁନା ବ୍ୟବସାୟୀ ଓ ତାଙ୍କ ପତ୍ନୀ ଅନୁରୋଧ କରିଥିଲେ। କିନ୍ତୁ ଏହି କଥାକୁ କର୍ଣ୍ଣପାତ ନକରି ବିଭିନ୍ନ ବାହାନା କରି ଦିନ ଗଡାଇ ଚାଲିଥିଲେ। ଶେଷରେ ବାଧ୍ୟହୋଇ ବଡବଜାର ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ସେହି ସମୟରେ କୌଣସି ପଦକ୍ଷେପ ନନେବାରୁ ସୁନା ବ୍ୟବସାୟୀଙ୍କ ପକ୍ଷରୁ ଅଦାଲତେର ୱାନସିସି ମାମଲା ଦାୟର କରାଯାଇଥିଲା। ଅଦାଲତଙ୍କ ନିର୍ଦେଶପ୍ରକାରେ ବଡବଜାର ଥାନା ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା।
BREAKING NEWS
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
Comments are closed.