Latest Odisha News

BREAKING NEWS

ପବିତ୍ର ଦୋଳ ପୂର୍ଣ୍ଣିମା: ପ୍ରକାଶିତ ହୁଏ ନୂଆ ଓଡ଼ିଆ ପାଞ୍ଜି…

ଫାଲଗୁନ ମାସ ଶୁକ୍ଳ ଦଶମିରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଏକ ମୁଖ୍ୟ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୋଳଗୋବିନ୍ଦ ନାମ ରେ ପୂଜା କରାଯାଇଥାଏ । ପ୍ରକାଶିତ ନଵପାଞ୍ଜିକା ପାଠ ସହ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାବେ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘର ଘର ବୁଲାଇବା ସମୟରେ ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଭୋଗ ଅର୍ପଣ କରିଥାନ୍ତି ।

ଏହା ହିଁ ଓଡ଼ିଆ ଧାର୍ମିକ,ସଂସ୍କୃତି ,ପରମ୍ପରା ର ପରିଚୟ । ପଦ୍ମପୁରାଣ ଅନୁସାରେ ବିମାନରେ ଶ୍ରୀକୃଷ୍ଣ ଙ୍କ ରୁପକୁ ଦର୍ଶନ କରିଲେ ସର୍ଵପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । କେତେକ ପୁରାଣରେ ଏହା ବସନ୍ତ ଉତ୍ସବ ନାମରେ ବର୍ଣିତ ହୋଇ ରହିଛି ।

ଏହି ଅବସରରେ କେତେକ ସ୍ଥାନରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଟିତ ହୋଇଥାଏ ।କିମ୍ବଦନ୍ତୀ ଅନୁସାରେ ମେଷ ନାମକ ଦାନବ ଭୟଙ୍କର ଅତ୍ୟାଚାର କରୁଥିଲା,ସେଇ ଅସୁରକୁ ପ୍ରଭୁ କୃଷ୍ଣ ହିଁ ବଧ କରିଥିଲେ । ମେଷର ମରଶରୀରକୁ ସେ ଅଗ୍ନିରେ ଦଗ୍ଧ କରି ଭସ୍ମରେ ପରିଣତ କରିଥିଲେ । ତେଣୁ ପ୍ରତୀକାତ୍ମକ ଭାବରେ ନଡ଼ାରେ ଛୋଟ କୁଡ଼ିଆଟିଏ ବନାଇ ପୋଡାଯାଏ

Leave A Reply

Your email address will not be published.