Latest Odisha News

DRDOରେ ବାହାରିଲା ଭ୍ୟାକେନ୍ସି, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ : ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ରେ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ହାଇଦ୍ରାବାଦରେ ଥିବା ରିସର୍ଚ୍ଚ ସେଣ୍ଟର ଅପ୍ରେଣ୍ଟିସ୍‌ ପଦବୀ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜି ୨୭ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇଛି ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ୨୮ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀମାନେ DRDOର ଅଫିସିଆଲ ୱେବସାଇଟ drdo.gov.in କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ।

ମୋଟ ୧୯୫ଟି ପଦବୀରେ ହେବ ଭର୍ତ୍ତି

ଏହି ଭର୍ତ୍ତି ମାଧ୍ୟମରେ ମୋଟ ୧୯୫ଟି ଖାଲି ପଦବୀ ପୂରଣ କରାଯିବ। ଏଥିରେ ୪୦ଟି ଗ୍ରାଜୁଏଟ୍‌ ଅପ୍ରେଣ୍ଟିସ୍‌, ୨୦ଟି ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍‌ ଏବଂ ୧୩୫ଟି ଆଇଟିଆଇ ଟ୍ରେଡ୍‌ ଅପ୍ରେଣ୍ଟିସ୍‌ ପଦବୀ ଅନ୍ତର୍ଭୁକ୍ତ। ଏହି ସୁଯୋଗ ବିଶେଷ ଭାବେ ଫ୍ରେସର୍‌ମାନଙ୍କ ଏବଂ ରିସର୍ଚ୍ଚ କ୍ଷେତ୍ରରେ କ୍ୟାରିଅର ଗଢ଼ିବାକୁ ଇଚ୍ଛୁକ ଯୁବକମାନଙ୍କ ପାଇଁ।

ଆବେଦନ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ କିଛି ଯୋଗ୍ୟତା ଓ ଶିକ୍ଷାଗତ ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଛି।

  • ଗ୍ରାଜୁଏଟ୍‌ ଅପ୍ରେଣ୍ଟିସ୍‌: ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ବ୍ରାଞ୍ଚରେ ବିଇ କିମ୍ବା ବିଟେକ୍‌ ଡିଗ୍ରୀ ରହିଥିବା ଆବଶ୍ୟକ।
  • ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍‌: ସମ୍ବନ୍ଧିତ ବିଷୟରେ ଡିପ୍ଲୋମା ଆବଶ୍ୟକ।
  • ଆଇଟିଆଇ ଟ୍ରେଡ୍‌ ଅପ୍ରେଣ୍ଟିସ୍‌: ପ୍ରାର୍ଥୀଙ୍କ ପାଖରେ ଫିଟର, ଓ୍ବେଲ୍‌ଡର, ଟର୍ନର, ମେକାନିଷ୍ଟ, ମେକାନିକ୍‌ ଡିଜେଲ, ଡ୍ରାଫ୍ଟସ୍‌ମ୍ୟାନ, ଇଲେକ୍ଟ୍ରୋନିକ୍‌ ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ ଓ COPA ଜାତୀୟ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍‌ ଥାକିବା ଜରୁରୀ। ଏହା ବ୍ୟତୀତ, କେବଳ ସେହି ପ୍ରାର୍ଥୀମାନେ ଆବେଦନ କରିପାରିବେ, ଯେଉଁମାନେ ୨୦୨୧ରୁ ୨୦୨୫ ମଧ୍ୟରେ ଗ୍ରାଜୁଏଟ୍‌, ଡିପ୍ଲୋମା କିମ୍ବା ଆଇଟିଆଇରେ ଅତି କମରେ ୭୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି।

ବୟସ ସୀମା ଓ ଷ୍ଟାଇପେଣ୍ଡ

ଆବେଦନକାରୀଙ୍କ ନ୍ୟୂନତମ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ନିର୍ଦ୍ଧାରିତ ହୋଇଛି। ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ। ଏହା ସହିତ ପ୍ରାର୍ଥୀମାନଙ୍କୁ ମାସିକ ୮୦୦୦ରୁ ୯୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମିଳିବ। ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା ଓ ଟେକ୍ନିକାଲ୍‌ ଦକ୍ଷତା ଆଧାରରେ କରାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ଓ ମେଡିକାଲ୍‌ ଟେଷ୍ଟରେ ଅଂଶଗ୍ରହଣ କରିବାକୁ ହେବ। ଅପ୍ରେଣ୍ଟିସଶିପ୍‌ର ସମୟସୀମା ୧ ବର୍ଷ ରହିବ।

ଆବେଦନ ପ୍ରକ୍ରିୟା କ’ଣ?

  1. DRDOରେ ଆବେଦନ କରିବା ପାଇଁ ବିଇ କିମ୍ବା ବିଟେକ୍‌ ପ୍ରାର୍ଥୀମାନେ nats.education.gov.in କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ।
  2. ଆଇଟିଆଇ ଟ୍ରେଡ୍‌ ଅପ୍ରେଣ୍ଟିସ୍‌ ପ୍ରାର୍ଥୀମାନେ apprenticeshipindia.gov.in କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ।
  3. ରେଜିଷ୍ଟ୍ରେସନ୍‌ ପରେ ପ୍ରାର୍ଥୀଙ୍କୁ ନିଜର ଏନରୋଲମେଣ୍ଟ ଆଇଡି ଚୟନ କରିବାକୁ ହେବ।
  4. ଏହାପରେ ମାଗିଥିବା ସୂଚନା ପୂରଣ କରି, ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ୍‌ କରି ଫର୍ମ ସବମିଟ୍‌ କରିବାକୁ ହେବ।
  5. ଫର୍ମ ସବମିଟ୍‌ କରିବା ପରେ ପ୍ରାର୍ଥୀ ଫର୍ମର ପ୍ରିଣ୍ଟ ଆଉଟ୍‌ ନେଇ ସୁରକ୍ଷିତ ରଖିବେ, ଯାହା ପରେ କାମରେ ଆସିବ।

Comments are closed.