Latest Odisha News

BREAKING NEWS

ଇସ୍ରାଏଲ ସହ ଯୁଦ୍ଧ ଭିତରେ ବଡ଼ ଖବର, ଆଗକକୁ ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ଇରାନ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବଡ଼ ଖବର । ଗୁରବାର ଇରାନ୍‌ର ରାଜଧାନୀ ତେହେରାନ ପାଖରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି ଅନୁଭୂତ । ଏବେ ଏହାକୁ ନେଇ ବଢୁଛି ସନ୍ଦେହ । ସତରେ ଏହା ଭୂକମ୍ପ ଥିଲା ନା ଆଉ କଣ ? ଏହି ଭୂକମ୍ପରେ ସେମନାନ ନାମକ ସହର ଓ ଏହାର ଆଖପାଖ ଅଞ୍ଚଳ ଥରିଉଠିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ଭୂମିକମ୍ପ ପଛର ଅସଲ କାରଣ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଇରାନ୍‌ର ପରମାଣୁ ପରୀକ୍ଷଣ କାରଣରୁ ଏଭଳି ଭୂମିକମ୍ପ ଦେଖାଦେଇଛି । ପରମାଣୁ ପରୀକ୍ଷଣର ତୀବ୍ରତାକୁ ହିସାବକୁ ନେଲେ ଏହି ଭୂମିକମ୍ପର ତୀବ୍ରତା ମେଳ ଖାଉଛି ବୋଲି କୁହାଯାଉଛି । ଏବଂ ଇରାନ୍‌ଣ ପରମାଣୁ କେନ୍ଦ୍ର ପାଖରେ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ରହିଛି । କୁହାଯାଉଛି ଯେ, ଇରାନ୍‌ ପରମାଣୁ ପରୀକ୍ଷା କରିଛି ଏବଂ ଏହା ସଫଳ ମଧ୍ୟ ହୋଇଛି । କିନ୍ତୁ ଆନୁଷ୍ଠାନିକ ଭାବେ ଇରାନ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଇରାନ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନ୍‌ର ପରମାଣୁ ପରୀକ୍ଷା ଉଭୟ ଇସ୍ରାଏଲ ଓ ଆମେରିକାକୁ ମଧ୍ୟ ଚମକାଇଦେଇଛି ।

ଶୁକ୍ରବାର ଭାରତୀୟ ସମୟ ରାତି ୯ଟା ୧୯ ମିନିଟରେ, ଇରାନ୍‌ର ରାଜଧାନୀ ତେହରାନରୁ କିଛି ଦୂର ସେମନାନ ଅଞ୍ଚଳରେ, ହଠାତ୍‌ ପୂରା ସହର ଥରିଉଠିଲା..ଗାଡ଼ିମୋଟର ଅଟକିଗଲା, ବଡ଼ ବଡ଼ ବିଲଡିଂ ଦୋହଲି ଉଠିଲା, ଘର ଭିତରେ ସବୁ ହଲିବାକୁ ଲାଗିଲା । ଠିକ୍‌ ଭୂମିକମ୍ପର ଯେଉଁ ପ୍ରଭାବ ଥାଏ, ଠିକ୍‌ ସେହିଭଳି ଲାଗୁଥିଲା.. ଲୋକେ ଭାବିଲେ ଭୂମିକମ୍ପ ଆସିଛି.. ସେମିତି ବଡ଼ ଧରଣର କ୍ଷତି ହୋଇନଥିଲେ ବି, କେଉଁଥିପାଇଁ ଏମିତି ହଠାତ ଭୂମିକମ୍ପ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି .. ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ରହିଥିଲା ୫.୧…ସେମନାନରୁ ୨୭ କିଲୋମିଟର ଦୂର, ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ତଳେ ଏହାର କେନ୍ଦ୍ର ଥିଲା ବୋଲି କୁହାଯାଉଛି..

ଇରାନ୍‌ର ରାଜଧାନୀ ତେହେରାନ୍‌ ପାଖରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି.. ବଡ଼ କଥା ହେଉଛି, ଏହି ନିକଟରେ ଇରାନ୍‌ର ପରମାଣୁ କେନ୍ଦ୍ର ରହିଛି.. ତେଣୁ ଏହି ସମ୍ଭାବନାକୁ ଅସ୍ବୀକାର କରା ଯାଇନପାରେ ଯେ, ମାଟି ତଳେ ଇରାନ୍‌ର ପରମାଣୁ ପରୀକ୍ଷା କାରଣରୁ ଏଭଳି ଭୂମିକମ୍ପ ଦେଖାଦେଇଛି..

ପରମାଣୁ ପରୀକ୍ଷଣ ସମୟରେ, ଗଭୀର ମାଟି ତଳେ, ଏଭଳି ଏକ ସ୍ଥିତି ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି.. କାରଣ ବହୁ ବର୍ଷ ଧରି ଇରାନ୍‌ ପରମାଣୁ ଶକ୍ତି ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛି.. ଇସ୍ରାଏଲ ଓ ଆମେରିକା ତରଫରୁ ମଧ୍ୟ କୁହାଯାଇଥିଲା ଯେ, ମାତ୍ର କିଛି ଦିନ ଭିତରେ ପରମାଣୁ ଶକ୍ତି ହାସଲ କରିବାକୁ ଯାଉଛି… ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ମଧ୍ୟ କହିଥିଲେ ଯେ, ୨ ସପ୍ତାହ ଭିତରେ ଇରାନ୍‌ ପରମାଣୁ ବୋମା ବନାଇବାକୁ ସକ୍ଷମ ହୋଇଯାଇଛି…

Comments are closed.