Latest Odisha News

BREAKING NEWS

ଆକାଶ ପାଠକଙ୍କ ବିଏମଡବ୍ଲୁ କାରକୁ ଜବତ କଲା ଇଡି

ଭୁବନେଶ୍ୱର: ଜବତ ହେଲା ଆକାଶ ପାଠକଙ୍କ ବିଏମଡବ୍ଲୁ କାର  । ଟାଟା ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ଆକାଶଙ୍କ BMW ଗାଡିକୁ ଉଠାଇ ନେଇଛି ED । ୭୨ ଲକ୍ଷ ନଗଦ ଟଙ୍କା ଦେଇ  ବିଏମଡବ୍ଲୁ କାରକୁ ଓଏସ୍‌ଏଲ୍‌ ଶୋ’ ରୁମ୍‌ରୁ କିଣିଥିଲେ ଆକାଶ। ଏବେ ଏହି ଗାଡିର ବର୍ତ୍ତମାନର ମୂଲ୍ୟ ପାଖାପାଖି ୮୦ ଲକ୍ଷ ଟଙ୍କା ।

ଆକାଶ BMWକୁ  ୨୦୨୦  ଅକ୍ଟୋବର ୫ ତାରିଖରେ କିଣିଥିଲେ । ଗାଡିକୁ BMW ସୋ ରୁମ ରୁ କିଣିବା ପରେ ଗଞ୍ଜାମ RTOରେ ଗାଡିର ରେଜିଷ୍ଟ୍ରସନ କରିିଥିଲେ । ଏ ନେଇ ପୂର୍ବରୁ ଆକାଶ ପାଠକଙ୍କୁ ED ଜେରା କରି ସରିଛି । ଏପରିକି ସୋରୁମ ମାଲିକଙ୍କୁ ମଧ୍ୟ ପୂର୍ବରୁ ED ପଚରା ଉଚୁରା କରିଥିଲା ।

ଗାଡିକୁ ଇଡି ଖୋଜୁଥିଲେ ହେଁ ଦୀର୍ଘ ଦିନ ଧରି ଏହା  ଗାଏବ ଥିଲା। ବର୍ତ୍ତମାନ ଏହି କାରକୁ ରାଜ୍ୟ ବାହାରୁ ଜବତ କରାଯାଇଛି । ସୂଚନାଥାଉ କି, ଆକାଶ ପାଠକଙ୍କ ବାପା ତଥା ଅବସର ପ୍ରାପ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କର ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିସାରିଛି ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ   ଅଭିଯୋଗରେ   ଅଭୟ ପାଠକଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ୨୦୨୦ ନଭେମ୍ବର ୨୭ ତାରିଖରେ ତାଙ୍କୁ ଗିରଫ କରିଥିଲା।  କେନ୍ଦ୍ର ସରକାର ୨୦୨୧ ମେ’ ମାସରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ଅଭୟ ପାଠକଙ୍କ ଦୁର୍ନୀତିର ପେଡ଼ି ଖୋଳୁ ଖୋଳୁ ଧରାପଡ଼ିଥିଲେ ପୁଅ ଆକାଶ ପାଠକ। ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଆକାଶଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.