Latest Odisha News

BREAKING NEWS

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର ନାବାଳକକୁ ନିର୍ମମ ଭାବେ ହତ୍ୟା କରିଛି । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହ ପଚରା ଉଚୁରା ଜାରି ରଖିଛି ।

BjdElectrycity

ଅଭିଯୁକ୍ତ ଜଣକ ଜିତେନଙ୍କୁ ମାଗଣାରେ ଜମି ମାଗିଥିଲେ । ହେଲେ ଜମି ଦେବାକୁ ମନ କରିବାରୁ ପାଟିତୁଣ୍ଡ ହେଇଥିଲା । ଏପରିକି ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଜିତେନ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷର ବାଳକ ପରମେଶ୍ୱରକୁ ଟାଙ୍ଗିଆ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକରେ ତାର ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଜିତେନକୁ ଅଟକ ରଖିଛି । ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.