Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ହାତୀ ଆକ୍ରମଣ: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଚ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୃତକଙ୍କ ନାଁ ଉଗ୍ରସେନ ଭୋଇ ଏବଂ ତାଙ୍କ ବୟସ ୫୭ ବର୍ ବୋଲି ଜଣାପଡିଛି।ହାତିପାଉଲ ଗାଁ ଜଙ୍ଗଳରେ ହାତୀ ପଲ କିଛି ଦିନ ହେବ ଉତ୍ପାତ କରି ଆସୁଛନ୍ତି ।

ଗାଁ ଲୋକଙ୍କ କହିବା ଅନୁଯାୟୀ, ରାତିରେ ହାତି ପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ତେବେ ଗାଁ ଲୋକଙ୍କ ସହ ମିଶି ରାତିରେ ହାତୀ ଘଉଡେଇବାକୁ ଯାଇଥିଲେ ଉଗ୍ରସେନ । କିନ୍ତୁ ଉଗ୍ରସେନ ହାତୀ ପଲଙ୍କ ହାବୁଡରେ ପଡିଯାଇଥିଲେ । ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲେ ।ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।

ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଘଡାଇବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି।

Comments are closed.