Latest Odisha News

BREAKING NEWS

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ୨ ଯବାନ ଆହତ

ପୁଲୱାମା: କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି ।

ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକାପୋରାର ମାରୱାଲ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବାପରେ ପୋଲିସର ଏକ ମିଳିତ ଟିମ୍, ସେନାର ୫୦ RR ଏବଂ CRPFର ଏକ କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏହି ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବରେ ଭାରତୀୟ ସୁରକ୍ଷାବଳ ମଧ୍ୟ ଗୁଳିଚାଳନା କରିଥିଲା। ସୂଚନାନୁସାରେ, ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଏବେବି ଫସି ରହିଛନ୍ତି।

Comments are closed.