Latest Odisha News

BREAKING NEWS

ଗତ ଜୁନରେ ଅଭିଯୋଗ କରିଥିଲେ, ଜାନୁଆରୀରେ ନିଜେ ଧରା ପଡ଼ିଲେ

ପୁରୀ: ପୋଲିସ ବଟି ନେଇ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି, ଅବକାରୀ ବିଭାଗ କଣ କରିବ ? ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଏଭଳି ଏକ ଚିଠି ପୁରୀ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଏ ଚିଠି ଅବକାରୀ କମିଶନରଙ୍କୁ ଲେଖିଥିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।

ଏଥିସହ ପଢ଼ନ୍ତୁ: ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ତେବେ ସଞ୍ଜୟ ଚିଠି ଲେଖିବାର ୨ ଦିନ ପରେ ନିଜକୁ ମାନସିକ ରୋଗୀ କହି ଛୁଟିରେ ଯାଇଥିଲେ । ଆଉ ଠିକ୍ ୬ ମାସ ପରେ ସେ ଭିଜିଲାନ୍ସ ଜାଲରେ ଲାଞ୍ଚ ନେଇ ଧରା ପଡି଼ଛନ୍ତି । ପୁରୀ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡର ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ୧୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି ।

ସଞ୍ଜୟ ପଣ୍ଡା କେସ୍ ଡାଏରୀ ଲାଗି ଲାଞ୍ଚ ନେଉଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଲାଗି ଭିଜିଲାନ୍ସ ଏକକାଳୀନ ୨ଟି ସ୍ଥାନରେ ରେଡ୍ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.