Latest Odisha News

BREAKING NEWS

ବିମାନ ଯାତ୍ରା ବେଳେ ଏଣିକି ବାଧ୍ୟତାମୂଳକ ନୁହେଁ ମାସ୍କ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରା ବେଳେ ମାସ୍କରୁ ମିଳିବ ମୁକ୍ତି । ଦେଶରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏନେଇ ବେସାମରକି ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି ।

ତେବେ କୋଭିଡରୁ ରକ୍ଷା ପାଇବା ଲାଗି ଯାତ୍ରୀ ଚାହିଁଲେ ନିଜ ଇଚ୍ଛା ଅନୁସାରେ ମାସ୍କ ପିନ୍ଧି ପାରିବେ । ପୂର୍ବ ଭଳି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେବେ । କିନ୍ତୁ ନ ପିନ୍ଧିଲେ ଜରିମାନା କରିବେ ନାହିଁ ।

ସରକାର ମାସ୍କ କଟକଣା ହଟାଇ ଥିବାବେଳେ ଅନ୍ୟ ପ୍ରତିବନ୍ଧକ ନେଇ କୌଣସି ନିର୍ଦ୍ଦେଶ ଦିଆ ଯାଇ ନାହିଁ । ଏବେ ଦେଶରେ କୋଭିଡ୍ ସୁସ୍ଥତା ହାର ୯୮.୭୯ ପ୍ରତିଶତ ରହିଛି । ଆଶାତୀତ ଟିକାକରଣ ହୋଇଥିବା ବେଳେ କୋଭିଡ୍ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ।

Leave A Reply

Your email address will not be published.