ବ୍ରହ୍ମପୁର: ଦେଶର ଏକ ନାମିଦାମୀ କମ୍ପାନୀର ସିଗାରେଟ ଓ ଗୁଟଖାକୁ ନକଲି କରି ବଜାରକୁ ଛାଡୁଛନ୍ତି ବ୍ରହ୍ମପୁରର ଜଣେ ବ୍ୟବସାୟୀ। ସହର ଉପକଣ୍ଠା ଲାଠି ମୁଖ୍ୟ ରାସ୍ତାରେ ଏହି ନକଲି ଫାକ୍ଟ୍ରି ରହିଛି। ଅନେକ ଦିନ ହେବ ଏହି ଫାକ୍ଟ୍ରି ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ ଜାଣିପାରିନଥିବା ବେଳେ ମୁମ୍ବାଇର ଏକ ପ୍ରାଇଭେଟ ଡିଟେକ୍ଟିଭ ଏଜେନ୍ସି ଏହି ନକଲି ଫାକ୍ଟ୍ରିକୁ ଠାବ କରିଛି। ଡିଟେକ୍ଟିଭ ଏଜେନ୍ସି ପକ୍ଷରୁ ଏହି ନକଲି ଫାକ୍ଟ୍ରି ଠାବ କରାଯିବା ସହ ବିପୁଳ ପରିମାଣ କଞ୍ଚାମାଲ ଜବତ କରାଯିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେହି ଫାକ୍ଟ୍ରିକୁ ସିଲ କରାଯାଇଛି।
ସୂଚନାପ୍ରକାରେ, ଗୋଲ୍ଡଷ୍ଟେପ ନାମକ ଏକ ନିମୀଦାମୀ କମ୍ପାନୀର ବିଭିନ୍ନ ପ୍ରକାର ସିଗାରେଟ ଓ ଗୁଟଖା ବଜାରରେ ବିକ୍ରି ହେଉଛି। ହେଲେ ଲାଠି ମେଇନ ରୋଡ ଠାରେ ଥିବା ସନ୍ତୋଷ ଟ୍ରେଡର୍ସ ନାମକ ଏକ ଗୋଦାମରେ ଉପରୋକ୍ତ କମ୍ପାନୀର ବିଭିନ୍ନ ଉତ୍ପାଦକୁ ନକଲ କରାଯାଇଛି। ଅନେକ ଦିନ ହେବ ଏଠାରେ କମ୍ପାନୀର ନକଲି ସାମଗ୍ରୀ ପ୍ରସ୍ତୁତ ପରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଏହା ଦ୍ବାରା କମ୍ପାନୀର ଆର୍ଥିକ କ୍ଷତି ହେବା ସହ ନାଁ ଖରାପ ହେଉଥିଲା। ଏଠାକାର ସ୍ଥାନୀୟ ବ୍ୟବସାୟୀମାନେ କମ୍ପାନୀ ପକ୍ଷରୁ ବ୍ରହ୍ମପୁର ସମେତ ଅନ୍ୟ ଅଞ୍ଚଳକୁ ମାଲ ମଗାଉନଥିଲେ ମଧ୍ୟ ବଜାରରେ ମାଲ ବିକ୍ରି ଜାରି ରହିଥିଲା। ତେଣୁ କମ୍ପାନୀର ଟ୍ରେଡମାର୍କ ଓ କପି ରାଇଟ ସହ ନକଲି ସାମଗ୍ରୀ କାରବାର ରୋକିବାକୁ କାମ କରୁଥିବା ମୁମ୍ବାଇର ଘରୋଇ ତଦନ୍ତକାରୀ ସଂସ୍ଥା ଆଇପି ଇନଭେଷ୍ଟିଗେସନ ଆଣ୍ଡ୍ ଡିଟେକ୍ଟିଭ ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଡିଟେକ୍ଟିଭ ସଂସ୍ଥାର ଇନଭେଷ୍ଟଗେଟୋର ବିମଲ ଘୋଷ ବ୍ରହ୍ମପୁରରେ ପହଞ୍ଚି ଲାଠି ସ୍ଥିତ ସନ୍ତୋଷ ଟ୍ରେଡର୍ସରେ ଚଢଉ କରିଥିଲେ। ଚଢଉ ବେଳେ ସେହି ଗୋଦାମରୁ ଉପରୋକ୍ତ କମ୍ପାନୀ ନାଁରେ ବିଭିନ୍ନ ପ୍ରକାର ନକଲି ସାମଗ୍ରୀ ଠାବ ହୋଇଥିଲା। ସେଠାରୁ ଏକାଧିକ ମେସିନ ସମେତ ବିପୁଳ ପରିମାଣର ଧୁଆଁ ପତ୍ର, ୪ କାର୍ଟୁନ ତମାଖୁ, ୪ କାର୍ଟୁନ ପାନମସଲା, ୫ କାର୍ଟୁନ ସିଗାରେଟ, ସିଗାରେଟ ପ୍ରସ୍ତୁତ ପାଇଁ ରଖାଯାଇଥିବା ନକଲି ରୋଲ ମଙ୍ଗଳବାର ଠାବ ହୋଇଥିଲା। ଏହାପରେ ଡିଟେକ୍ଟିଭ ଏଜେନ୍ସିର ଇନଭେଷ୍ଟଗେଟର ବିମଳ ଘୋଷ ବ୍ରହ୍ମପୁର ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କୁ ସୂଚନା ଦେବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ପଠାଇ ଏହି ନକଲି ଫାକ୍ଟ୍ରି ତଥା ଗୋଦାମକୁ ସିଲ କରିବାକୁ ଅନୁରୋଧ କରିଥିଲେ। ସେହିକ୍ରମରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ୍ ଭାବେ ସେଠାରେ ପହଞ୍ଚି ଫାକ୍ଟ୍ରିକୁ ସିଲ କରିଥିଲେ। ଘଟଣାକୁ ସଦର ଥାନାରେ ୬୩୨/୨୨ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ପି. ସନ୍ତୋଷ ସୁବୁଦ୍ଧି ଏହି ନକଲି ଫାକ୍ଟ୍ରିର ମାଲିକ ବୋଲି ଜଣାପଡ଼ିଛି।
BREAKING NEWS
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ
- ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ
- ସୁପରହୀରୋ ହେବେ ଅମୀର
- ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ
- ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ
- ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
- ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ
- ମା’ଙ୍କ ପାଖରେ ଆମିଷ ପ୍ରସାଦ: କାଳୀଘାଟରୁ କାମାଖ୍ୟା, ଜାଣନ୍ତୁ ଭାରତର କେଉଁ ପ୍ରସିଦ୍ଧ ମନ୍ଦିରରେ ଲାଗି ହୁଏ ଆମିଷ ଭୋଗ

Comments are closed.