Latest Odisha News

BREAKING NEWS

ଟମାଟୋ ଚାଷରେ ବିଶ୍ୱ ରେକର୍ଡ, ଗୋଟିଏ ଡାଳରେ ୮୩୯ଟି ଟମାଟୋ

ଭୁବନେଶ୍ୱର: ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଚାଷୀ ଡଗଲାସ । ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଛନ୍ତି । ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇଛନ୍ତି ।  ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ ଚାଷୀ । ଏହି ଟମାଟୋ ଗଛକୁ ସେ ସବୁଜ ଗୃହରେ ଲଗାଇଲେ । ଡଗଲାସଙ୍କ ଅନୁଯାୟୀ, ସେ ଟମାଟୋକୁ ଏପରି ଭାବେ ଫଳାଇବା ପାଇଁ ପ୍ରତି ସପ୍ତାହରେ ତିନିରୁ ଚାରି ଘଣ୍ଟା ପରିଶ୍ରମ କରିବା ସହିତ ଗଛର ଯତ୍ନ ନେଇଥାଆନ୍ତି । ଆଗାମୀ ଦିନରେ ଡଗଲାସ୍ ଆହୁରି ବଡ଼ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଡଗଲାସ୍  ଜଣେ ଆଇଟି ମ୍ୟାନେଜର । ଟମାଟୋ ତୋଳିବା ବେଳେ ଡଗଲାସ୍ ସ୍ଥାନୀୟ ପୁଲିସର ସାହାଯ୍ୟ ନେଇଥିଲେ । କାରଣ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ସମୟରେ ଯେପରି ତାଙ୍କୁ କୌଣସି ଅସୁବିଧା ନହୁଏ ।

 

 

Leave A Reply

Your email address will not be published.