Latest Odisha News

[ଭିଡ଼ିଓ] ଖୋଲିଲା ପରେ ପୁଣି ଅଚଳ ହୋଇଗଲା ଧାନ ମଣ୍ଡି, ଚିନ୍ତାରେ ଚାଷୀ

ମାଲକାନଗିରି: ବହୁ ବାଦ ବିବାଦ ପରେ ଶେଷରେ ମାଲକାନଗିରିରେ ଖୋଲିଲା ଧାନ ମଣ୍ଡି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ଟି ଧାନ ମଣ୍ଡି ଖୋଲାଯିବାକୁ ନିଷ୍ପତି ହୋଇଛି ।। ତେବେ ଅବାଶ୍ୟକ ସ୍ଥଳେ ଏହାକୁ ବଢାଯିବ । ଚଳିତବର୍ଷ ୯ଲକ୍ଷ ୩୫ହଜାର କୁଇଣ୍ଟାଲ ଧାନ କିଣା ଯିବାକୁ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯିବ ।

ଚାଷୀ ମାନେ ଯେଭଳି ଦଲାଲ ହାବୁଡରେ ନପଡନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରଥମ କରି ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେପଟେ ଏହି ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଲ୍ୟମ୍ପ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମଣ୍ଡି କାର୍ଯ୍ୟକ୍ଷମ ହୋଇପାରିନି। ସରକାର ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବାକୁ କୃଷକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସାତ ଦିନ ମହଲତ ଦିଆଯାଇଛି। ତା ଭିତରେ ସମସ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜୋରଦାର କରାଯିବାର ଚେତାବନୀ ଦିଆଯାଇଛି ।

Comments are closed.