ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ଦେଖାଦେଇଛି ଏହି ପଙ୍ଗପାଳ ଆତଙ୍କ। ଏହି ଅଞ୍ଚଳର ଜଙ୍ଗଲରେ ଝିଣ୍ଟିକା ଭଳି ବଡ଼ ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଯାହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇପଡିଛନ୍ତି। ଏହି କୀଟ ବାଡିବଗିଚାରେ ଥିବା ପନିପରିବା ଗଛର ପତ୍ରକୁ ଖାଇ ସଂମ୍ପୂଣ୍ଣ ଲଣ୍ଡା କରିଦେଉଥିବା କୁହାଯାଉଛି।
ଆଗକୁ ଧାନ, କପା, ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ ହେବାକୁ ଥିବାବେଳେ ଏଭଳି ଲକ୍ଷାଧିକ କୀଟଙ୍କୁ ନେଇ ଚିନ୍ତାରେ ଚାଷୀକୂଳ। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚଳକୀ, କର୍ଲା, ଜଏଁତରା, ଜାମିଲିସର, ବାଙ୍କେଲ. ଗୋବିନ୍ଦପୁର, ଖୁଜେନପାଲି, ହୀରାପୁର, ଆଦି ଗ୍ରାମର ଚାଷୀମାନେ ସରକାରଙ୍କୁ ଦାବି କରିଛନ୍ତି। ଏ ସମ୍ପର୍କରେ ମୁରିବାହାଲ ଏଏଓ ଅମ୍ରିତ ଲୁଗୁନ କହିଛନ୍ତି ଯେ, “ଏହି କୀଟ ପଙ୍ଗପାଳ ନୁହେଁ ଏକପ୍ରକାର ଝିଣ୍ଟିକା” । ଟିଟିଲାଗଡ ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ମତରେ ବର୍ତମାନ ଯାଏଁ ପଙ୍ଗପାଳ ଓଡିଶାକୁ ଆସିନାହାନ୍ତି।
BREAKING NEWS
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
Comments are closed.