Latest Odisha News

ମାସ୍କ ନ ପିନ୍ଧି ଫାଇନ୍ ଗଣିଲେ ୪୦ ଅମାନିଆ

ଭୁବନେଶ୍ୱର: ମାସ୍କ ନ ପିନ୍ଧିବା ପଡିଲା ମହଙ୍ଗା । ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା ୪୦ ଜଣ ଅମାନିଆ ଗଣିଲେ ତଣ୍ଡ । ଉତ୍ତର ଭୁବନେଶ୍ୱର ଅଂଚଳରେ ଆଜି ୪୦ ଜଣ ବ୍ୟକ୍ତି ମାସ୍କ ନ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତ ଉଲ୍ଲଘଂନକାରୀଙ୍କ ଠାରୁ କମିଶନରେଟ ପୋଲିସ ୮ ହଜାର ଟଙ୍କା ଜରିମାନା ଆଦାୟ କରିଛି ।
କରୋନା ମୁକାବିଲା ପାଇଁ ରାଜ୍ୟବ୍ୟାପୀ ତାଲାବନ୍ଦ କଟକଣା କଡାକଡି କରାଯିବା ସହ ଆବଶ୍ୟକ ନପଡିଲେ ଘରୁ ନବାରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରକୁ ବାହାରିଥିବାର ନଜରକୁ ଆସନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏସବୁକୁ ଶୁଣୁନାହାନ୍ତି ଅମାନିଆ । ଯେତେ କଟକଣା ହେଲେ ବି ଅମାନିଆଙ୍କୁ କିଛି ଫରକ ପଡ଼ୁନି ।

Comments are closed.