Latest Odisha News

BREAKING NEWS

କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୨୭ ବଖରା ଘର

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିଆମତପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୯ଟି ପରିବାରର ୨୭ ବଖରା ଜଳି ପାଉଁଶ ହୋଇଯାଇଛି। ଏହାସହ ସୁନାଗହଣା, ନଗଦ ଟଙ୍କା ସହ ସବୁ କିଛି ପୋଡି ଧ୍ୱଂସ ହୋଇଯାଇଛି । ଫଳରେ ୧୯ଟି ପରିବାର ଏବେ ବାସହରା ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରନ୍ଧନ ଗ୍ୟାସ ଟାଙ୍କି ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି ।ସୋମବାର ଦିନ ପ୍ରାୟ ସାଢେ ୧ଟା ବେଳେ ଉକ୍ତ ଗ୍ରାମର ବୈଷ୍ଣବ ବାରିକଙ୍କ ଘରେ ରୋଷେଇ ହେଉଥିବା ସମୟରେ ଗ୍ୟାସ ଚୁଲାର ପାଇପରେ ନିଆଁ ଜଳିଥିଲା । ଭୟରେ ପରିବାର ସଦସ୍ୟମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ପାଇପରୁ ନିଆଁ ଲାଗି ଗ୍ୟାସ ଟାଙ୍କି ଫାଟିବାରୁ ଘରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।

ଦେଖୁଦେଖୁ ଏହି ନିଆଁ ବୈଷ୍ଣବଙ୍କ ଘରୁ ପଡ଼ୋଶୀଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା। ଧୀରେ ଧୀରେ ନିଆଁ ଅଣାୟତ୍ତ ହୋଇଯାଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ଗ୍ରାସ କରି ଚାଲିଥିଲା । ଏହାର ତେଜ ଏତେ ଭୟଙ୍କର ଥିଲା ଯେ, ଲୋକେ ନିଆଁ ଲିଭାଇବାକୁ ଭୟ କରିଥିଲେ । ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମହାକାଳପଡ଼ାରୁ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨୭ ବଖରା ଘର ଜାଳି ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀମାନେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.