Latest Odisha News

ଜେଜେ ଓ ନାତିଙ୍କ ବହୁରୂପୀ ଏଣ୍ଡୁଅ ଚୋରାଚାଲାଣ

ଭୁବନେଶ୍ୱର: ବହୁରୂପୀ ଏଣ୍ଡୁଅର ରାକେଟ୍ ଚଳାଇଥିଲେ ଜେଜେ ଓ ନାତି । ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ। ଭୁବନେଶ୍ୱରରେ ଏହି  ରାକେଟ୍ ଠାବ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି । ଏଣ୍ଡୁଅ ବିକ୍ରି କରିବାକୁ ଭୁବନେଶ୍ୱର ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଦେଢ ଲକ୍ଷ  ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣୁଥିଲା। ନିଜେ ବନବିଭାଗ ଟିମ୍ ଗ୍ରାହାକ ହୋଇ ଜାଲ ବିଛାଇଥିଲେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ  ।

 

Leave A Reply

Your email address will not be published.