Latest Odisha News

BREAKING NEWS

ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ ! ପାକିସ୍ତାନ ଟିଭିରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଯେକୌଣସି ସମୟରେ ପାକିସ୍ତାନ ଉପରେ ହୋଇପାରେ ଆକ୍ସନ । ଚାଲିଛି ସିକ୍ରେଟ୍ ମିଟିଂ । କୁହାଯାଏ ଝଡ ଉପରେ ନିରବତା ଦେଖିବାକୁ ମିଳେ । ଆଉ ଏବେ ବୋଧହୁଏ ଠିକ୍ ସେହିପରି ଏକ ସମୟ ଚାଲିଛି କି ? ଯାହାକୁ ନେଇ ଜୋରଦାର ହେଉଛି ଚର୍ଚ୍ଚା । ନିକଟରେ ବଲୋଚିସ୍ତାନରେ ପାକିସ୍ତାନ ସେନା ନାକେଦମ ହୋଇଥିଲା । ବାଲୋଚ ଏବଂ ତେହରୀକ-ଏ-ତାଲିବାନ ବା ଟିଟିପି ଦ୍ୱାରା ହୋଇଥିବା ଆକ୍ରମଣ ପାକିସ୍ତାନ ଦୋହଲିଯାଇଛି। ପାକିସ୍ତାନୀ ସେନାଠାରୁ ଆରମ୍ଭ କରି ତଥାକଥିତ ବିଶେଷଜ୍ଞମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ଦାବି କରୁଛନ୍ତି ଯେ ଏହି ଆକ୍ରମଣଗୁଡ଼ିକର ପଥ କାବୁଲରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି । ତେବେ ଗୋଟିଏ ନାଁ ଯାହାଙ୍କୁ ନେଇ ପାକିସ୍ତାନ ସରକାର ଭିତରେ ଥରହର । ସେ ହେଉଛନ୍ତି ଭାରତର ଜେମ୍ସ ବଣ୍ଡ ବା ମୋଦିଙ୍କ ହନୁମାନ ତଥା ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ। ଆଉ ଭାରତ ଦୀର୍ଘ ଦିନ ହେବ ପିଓକେକୁ ନିଜ ଟାର୍ଗେଟ କରିଛି ତାକୁ ନେଇ ଆରମ୍ଭ ହୋଇଯାଇଛି ବଡ ଗେମ୍ ।

ପାକିସ୍ତାନୀ ଟିଭି ଚ୍ୟାନେଲରେ ଏବେ ଚର୍ଚ୍ଚାରେ ଅଜିତ ଡୋଭାଲ । ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏବେ ସନ୍ଦେହ କରୁଛି ଯେ ପାକିସ୍ତାନ ଏବେ ସତର୍କ ରହିବା ଆବଶ୍ୟକ । ସାମା ଟିଭିର ଏକ କାର୍ଯ୍ୟକ୍ରମରେ ଆଙ୍କର ଜଣଙ୍କ ଭାରତ ଉପରେ ଅଭିଯୋଗ ଲଗାଇଛନ୍ତି ଯେ ସେ ଆଫଗାନିସ୍ତାନକୁ ମୋହରା କରି ପାକିସ୍ତାନ ବିରୋଧରେ ଆକ୍ସନ ପାଇଁ ଡୋଭାଲ କରୁଛନ୍ତି ବଡ଼ ଗେମ୍ । ଟିଭିରେ ଆଙ୍କର ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ ଡୋଭାଲ ପାକିସ୍ତାନ ବିରୋଧୀ ଶକ୍ତିଙ୍କୁ ସଶକ୍ତ କରୁଛନ୍ତି ଏବଂ ପାକିସ୍ତାନକୁ ଦୁର୍ବଳ କରିଦେବାକୁ ପ୍ରୟାସ କରୁଛନ୍ତି।

ଆଙ୍କର ଜଣଙ୍କ ଆହୁରି କହିଛନ୍ତି ଯେ “ବଡ ଖେଳ” ଚାଲିଛି, ଯେଉଁଠାରେ ଭାରତ ପରଦା ପଛରେ ରହି ସବୁ ତାର ଟାଣୁଛି। ଉପସ୍ଥାପକଙ୍କ ମତରେ, ଏହି ଖେଳ ତାଲିବାନ ଓ ଆଇ-ଏସ-ଆଇ-ଏସରୁ ଆରମ୍ଭ କରି ଗିଲଗିଟ ଓ ଗ୍ୱାଦାର ପର୍ଯ୍ୟନ୍ତ ବ୍ୟାପିଛି, ଯେଉଁଠାରେ ଭାରତ ପାକିସ୍ତାନକୁ ଦୁର୍ବଳ କରିବା ପାଇଁ ସମଗ୍ର କାର୍ଯ୍ୟକୁ ପରିଚାଳନା କରୁଛି। ଏହା ସତ ଯେ ଆଫଗାନିସ୍ତାନ ସହିତ ଭାରତର ସଂପର୍କ ଭଲ। ତାଲିବାନ ସରକାର ମଧ୍ୟ ଭାରତକୁ ସମର୍ଥନ କରୁଛି । କିନ୍ତୁ ତାଲିବାନର ପାକିସ୍ତାନ ସହ ପଡୁନାହିଁ । ପାକିସ୍ତାନର ବିଶେଷଜ୍ଞ ଦାବି କରୁଛନ୍ତି ଯେ ଆଫଗାନିସ୍ତାନ ଏକ ମୁସଲିମ ବହୁଳ ଦେଶ । ହେଲେ ସେ ଭାରତକୁ ସମର୍ଥନ କରୁଛି, କିନ୍ତୁ ପାକିସ୍ତାନ ପ୍ରତି ବିରୋଧ ଦେଖାଉଛି।

ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହୁଅନ୍ତୁ ବା ଆମେରିକା ରା ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଂପର୍କ ହେଉ ବା ଦେଶ ଦେଶ ମଧ୍ୟରେ ସଂପର୍କ ସିମେଂଟ ରଡ୍ କମ୍ବିନେସନ ଭଳି ମଜବୁତ ହେଲାଣି । ଆଉ ସେପଟେ ଟ୍ରମ୍ପ ମଧ୍ୟ ପାକିସ୍ତାନ ଉପରେ କଡା ନଜର ରଖିଛନ୍ତି । ଆଉ ଏହି ପୁରା ଖେଳ ଏବେ ପାକିସ୍ତାନ ସରକାରକୁ ଟେନସନ ଦେଇଛି । ପାକିସ୍ତାନ ଟିଭିର ବିତର୍କରେ ସୈୟଦ ଫଖର କାକାଖେଲ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) କଥା ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ଏହି ଅଞ୍ଚଳ ଏବେ ଖୋଲା ହୋଇପଡ଼ିଛି। ତାଙ୍କ ମତରେ, ଆମେରିକା ଚୀନକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି ଏବଂ ସିପିଇସି ଏକ ମୁଖ୍ୟ ଲକ୍ଷ୍ୟ। ସେ କହିଛନ୍ତି ଯେ ୨,୬୦୦ କିଲୋମିଟର ଲମ୍ବା ସିପିଇସି ମାର୍ଗ, ଯାହା ଗିଲଗିଟରୁ ଗ୍ୱାଦାର ପର୍ଯ୍ୟନ୍ତ ବିସ୍ତୃତ, ଚରମପନ୍ଥୀ ଓ ବିଚ୍ଛିନ୍ନତାବାଦୀ ଆକ୍ରମଣରେ ପ୍ରଭାବିତ ହେଉଛି । ଯାହାକୁ ସେ ଚୀନର ଉପସ୍ଥିତିକୁ ଦୁର୍ବଳ କରିବା ପାଇଁ ପରିଚାଳିତ ଶକ୍ତି ଦ୍ୱାରା ଆୟୋଜିତ ବୋଲି ବିଶ୍ୱାସ କରନ୍ତି।

Comments are closed.