ନୂଆଦିଲ୍ଲୀ: ଭାରତର ମୋବାଇଲ ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟକା! ଭାରତର ମୋବାଇଲ ଗ୍ରାହକମାନଙ୍କୁ ୨୦୨୫ ଶେଷ ସୁଦ୍ଧା ପୁଣି ଏକ ବଡ଼ ଝଟକା ଲାଗିପାରେ। ରିପୋର୍ଟ ଅନୁସାରେ, ଟେଲିକମ୍ କମ୍ପାନୀମାନେ ଏହି ବର୍ଷ ଶେଷ ସୁଦ୍ଧା ରିଚାର୍ଜ ପ୍ଲାନ୍ଗୁଡ଼ିକୁ ପୁନର୍ବିଚାର କରିବାକୁ ଯୋଜନା କରୁଛନ୍ତି। ଅନୁମାନ କରାଯାଉଛି ଯେ ଟାରିଫ ରେଟ୍ ୧୦ରୁ ୧୨% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ମୁଖ୍ୟତଃ ସେହି ଗ୍ରାହକମାନଙ୍କ ପାଇଁ ହୋଇପାରେ, ଯେଉଁମାନେ ଅଳ୍ପ ରେଞ୍ଜରୁ ଅଧିକ ଖର୍ଚ୍ଚ କରୁଥିବା ପ୍ଲାନ୍ ବ୍ୟବହାର କରନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୪ ଜୁଲାଇରେ ଟାରିଫ ବୃଦ୍ଧି ହୋଇଥିଲା।
ନୂଆ ଗ୍ରାହକଙ୍କ ରେକର୍ଡ ବୃଦ୍ଧି
ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ, ୨୦୨୫ ମେ’ରେ ୭୪ ଲକ୍ଷ ନୂଆ ସକ୍ରିୟ ଗ୍ରାହକ ଯୋଡୁଛନ୍ତି, ଯାହାକୁ ଏକ ରେକର୍ଡ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ, ମେ’ ମାସରେ ସକ୍ରିୟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବଢ଼ି ୧୦୮ କୋଟିକୁ ପହଞ୍ଚିଛି, ଯାହା ଗତ ୨୯ ମାସରେ ସର୍ବାଧିକ। ଏହା ଲଗାତାର ପଞ୍ଚମ ମାସ ଥିଲା ଯେତେବେଳେ ଇଣ୍ଟରନେଟ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏଥିରେ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି, ଯିଏ ୫୫ ଲକ୍ଷ ନୂଆ ସକ୍ରିୟ ଗ୍ରାହକ ଯୋଡ଼ି ନିଜର ବଜାର ଭାଗିଦାରୀ ୫୩%କୁ ବୃଦ୍ଧି କରିଛି। ଅନ୍ୟପଟେ, ଏୟାରଟେଲ୍ ୧୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ନିଜର ବଜାର ଭାଗିଧାରୀ ୩୬%କୁ ବୃଦ୍ଧି କରିଛି। ଇଣ୍ଡଷ୍ଟ୍ରୀ ଏକ୍ସପର୍ଟଙ୍କ ମତରେ ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଅତ୍ୟାବଶ୍ୟକୀୟ ସେବା ପାଇଁ ସେକେଣ୍ଡାରୀ ସିମ୍ ବ୍ୟବହାର କରୁଥିବା ଲୋକମାନେ ମଧ୍ୟ ଫେରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ସକ୍ରିୟ ଗ୍ରାହକଙ୍କ ବୃଦ୍ଧି ୫ଜି ଫଙ୍କସନ୍ ଓ ଏହାର ବ୍ୟବହାର ଉପରେ ନିର୍ଭର କରିବ।
ବିଶେଷଜ୍ଞମାନଙ୍କ ମତରେ, ଏବେ ଯେତେବେଳେ ଟାରିଫ ବଢ଼ିବ, ତାହା ସମସ୍ତ ଗ୍ରାହକଙ୍କ ପାଇଁ ଏକ ସମାନ ହେବ ନାହିଁ। ବରଂ ଟିୟର ସିଷ୍ଟମ୍ ଅନୁସାରେ ଭିନ୍ନ ଭିନ୍ନ ମୂଲ୍ୟରେ ପ୍ରସ୍ତୁତ ହୋଇପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେ, ପ୍ଲାନ୍ର ମୂଲ୍ୟ ଏକ ଗ୍ରାହକ କେତେ ଡାଟା ବ୍ୟବହାର କରୁଛନ୍ତି, କେତେ ସ୍ପିଡ୍ ଚାହୁଁଛନ୍ତି, କେଉଁ ସମୟରେ ନେଟୱାର୍କ ବ୍ୟବହାର କରୁଛନ୍ତି ଏବଂ କେତେ କମ୍ ବା ଅଧିକ ଡାଟା ବ୍ୟବହାର କରୁଛନ୍ତି, ଏହା ଉପରେ ନିର୍ଭର କରି ନିର୍ଦ୍ଧାରଣ ହୋଇପାରେ। ଏୟାରଟେଲ୍ର ମ୍ୟାନେଜିଂ ଡାଇରେକ୍ଟର ଗୋପାଳ ବିଟ୍ଟଳ ନିକଟରେ କହିଛନ୍ତି ଯେ, ବର୍ତ୍ତମାନର ‘ସମସ୍ତଙ୍କ ପାଇଁ ଏକ ପ୍ଲାନ୍’ ମଡେଲ୍ ଆଉ କାମ କରୁନାହିଁ ଏବଂ ଏହାକୁ ବଦଳାଇବାର ଆବଶ୍ୟକତା ରହିଛି। ତେବେ କମ୍ପାନୀମାନେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଯଦି ପ୍ଲାନ୍ର ମୂଲ୍ୟ ବଢ଼େ, ତେବେ ଗ୍ରାହକଙ୍କ ଉପରେ ପୂର୍ବ ଅପେକ୍ଷା କେତେ ଅଧିକ ବୋଝ ପଡ଼ିବ। ଏହି ଟାରିଫ ବୃଦ୍ଧି ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇପାରେ, ବିଶେଷକରି ଯେଉଁମାନେ ଅଧିକ ଡାଟା ଓ ସ୍ପିଡ୍ ଉପରେ ନିର୍ଭର କରନ୍ତି।
Comments are closed.