Latest Odisha News

BREAKING NEWS

ପୁଣି ଏକ ବଡ଼ ଆକ୍ରମଣ, ଏୟାର ଷ୍ଟ୍ରାଇକରେ 326 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଇସ୍ରାଏଲ କଲା ବଡ଼ ଆକ୍ରମଣ। ଗାଜା ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯେଉଁଥିରେ 326 ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଅସ୍ତ୍ରବିରତି ଉଲ୍ଲଂଘନ ପରେ ଗାଜାରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ। ଯେଉଁଥିରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ, ହାମାସ ଚେତାବନୀ ଦେଇଛି ଯେ ଗାଜାରେ ଇସ୍ରାଏଲର ଏହି ଆକ୍ରମଣ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ବନ୍ଧକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏହା ସହିତ ଇସ୍ରାଏଲ ଲୋକମାନଙ୍କୁ ଗାଜା ଷ୍ଟ୍ରିପ୍ ଖାଲି କରିବାକୁ ଚେତାବନୀ ଦେଇଛି ହମାସ।

ଏହି ଆକ୍ରମଣରେ ଅତି କମରେ 326 ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ଅଧିକାରୀମାନେ ମଧ୍ୟ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଗାଜାର ଅଲ-ଆକସା ମାର୍ଟର ହସ୍ପିଟାଲର ମୁଖପାତ୍ର ଖଲିଲ ଦେଗ୍ରନ୍ ମଙ୍ଗଳବାର ସକାଳେ ଏହି ସୂଚନା ଦେଇଛନ୍ତି । ଜାନୁଆରୀରେ ଅସ୍ତ୍ରବିରତି ଉଲ୍ଲଂଘନ ଲାଗୁ ହେବା ପରେ ଏହା ଗାଜାରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆଲୋଚନାରେ କୌଣସି ନିର୍ଯ୍ୟାସ ନବାହାରିବାରୁ ସେ ଏହି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ସାମରିକ ଶକ୍ତି ବୃଦ୍ଧି କରି ଇସ୍ରାଏଲ ବର୍ତ୍ତମାନ ହାମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଇସ୍ରାଏଲ ଲୋକଙ୍କୁ ହମାସ୍ ବନ୍ଧକ ରଖୁଥିହା ଏପରି ଏୟାର ଷ୍ଟ୍ରାଇକ କରାଯାଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲ ମାନିଛି ଯେ ହାମାସ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଇସ୍ରାଏଲ୍ ଆକ୍ରମଣ ପରେ ଗାଜା ଷ୍ଟ୍ରିପ୍‌ରେ ସ୍କୁଲ ବନ୍ଦ କରାଯାଇଛି।  ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିଛି ବୋଲି ହାମାସ ଅଭିଯୋଗ କରିଛି। ହମାସ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ନେତାନ୍ୟାହୁ ଏବଂ ତାଙ୍କ ସରକାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏବେ ବାନ୍ଧକମାନଙ୍କୁ ଆଉ ମୁକ୍ତ କରାଯିବ ନାହିଁ। ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବ ବୋଲି ହମାସ ପକ୍ଷରୁ କୁହାଯାଇଛି।

Comments are closed.