Latest Odisha News

BREAKING NEWS

ବୁଡିଯାଉଥିବା ଭାଇକୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ଭଉଣୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରର ଦେଖିବକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଈରେ ବୁଡି ଯାଉଥିବ ଭାଇକୁ ବଞ୍ଚାଇବାକୁ ଯାଇ ପ୍ରାଣ ହାରାଇଛି ଭଉଣୀ ।

BjdElectrycity

ବାଲିକୁଦା ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଭାଇଭଉଣୀ ଗୁରୁତର ହୋଇଛନ୍ତି।
ସୂଚନାନୁସାରେ, ମଙ୍ଗପୁର ଖାଲଗାଁସ୍ଥିତ ବନ୍ଧୁ ଘରକୁ ୪ ସମ୍ପର୍କୀୟ ଭାଇଭଉଣୀ ବୁଲିବାକୁ ଯାଇଥିଲେ। ମଙ୍ଗଳବାର ଅପରାହ୍ନରେ ସେମାନେ ନଦୀ କୂଳରେ ଖେଳୁଥିଲେ। ଖେଳୁ ଖେଳୁ ଅମରେଶ ପରିଡ଼ା ନାମକ ନାବାଳକର ଚପଲ ପାଣିରେ ପଡି ଯାଇଥିଲା। ଚପଲ ଆଣିବାକୁ ଚେଷ୍ଟା କରୁଥିବା ଅମରେଶ ଅସାବଧାନତା କାରଣରୁ ନଈରେ ଖସି ପଡ଼ିଥିଲା । ଏହା ଦେଖି ନିକଟରେ ଥିବା ସମ୍ପର୍କୀୟ ଭଉଣୀ ପୂଜା ନାୟକ ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ପଡ଼ିଯାଇଥିଲା । ଏହାଦେଖି ଅମରେଶର ଭଉଣୀ ଅନୁରାଧା ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଣିରେ ପ୍ରବେଶ କରିଥିଲା।ମାତ୍ର ନିଜେ ବୁଡ଼ି ଯାଇଥିଲା । ଏହା ଦେଖି କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ଆଣିଥିଲେ ।

Leave A Reply

Your email address will not be published.