Latest Odisha News

BREAKING NEWS

ସୈନ୍ୟ ବଳରେ ଋଷର ସମକକ୍ଷ ହେଲା ଚୀନ, ଟପ୍ ୧୦ରୁ ପାକିସ୍ତାନ ବାହାର, ଭାରତ ଆହୁରି ହେଲା ମଜବୁତ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ଦେଶର ସୈନ୍ୟ ବଳ ଉପରେ ନଜର ରଖୁଥିବା ସଂସ୍ଥା ଗ୍ଲୋବାଲ ଫାୟରପାୱର 2025ରେ ପୁଣି ଏକ ତାଲିକା ଜାରି କରିଛି। ଏଥିର 60 ଟି ଦେଶର ସୈନ୍ୟ ବଳ ତାଲିକା ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଆମେରିକା ନିକଟରେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ସୈନ୍ୟ ବଳ ରହିଛି। ସେହିଭଳି ଏହି ତାଲିକାରେ ଋଷ ଦ୍ୱୀତିୟ ସ୍ଥାନରେ ରହିଥିବା ଚୀନ ତୃତୀୟ ସ୍ଥାନରେ ରହିଛି। ଏହି ତିନି ମହାଶକ୍ତିଶାଳୀ ଦେଶ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

କେମିତି ପ୍ରସ୍ତୁତ ହୋଇଥା ଏହି ତାଲିକା ?

ଗ୍ଲୋବାଲ ଫାୟରପାୱର ଇଣ୍ଡେକ୍ସ (ଜିଏଫପି)ରେ କୌଣସି ଦେଶର ଶକ୍ତି ତାର ସ୍କୋର ଉପରେ ନିର୍ଭର କରିଥାଏ। ଯେଉଁ ଦେଶର ସ୍କୋର ଯେତେ ଅଧିକ, ସେହି ଦେଶର ଶକ୍ତି ସେତେ କମ ଧରାଯାଇଥାଏ। ଅର୍ଥାତ 0.0000 ଥିବା ସ୍କୋର ସବୁଠାରୁ ଅଧିକ ଶକ୍ତିଶାଳୀ ଧରାଯାଇଥାଏ। ଏହାପରେ ଯେତେ ଯେତେ ଏହାର ସ୍କୋର ବଢ଼ିବାକୁ ଲାଗିବ, ସେହି ଭାବେ ଦେଶର ଶକ୍ତି ହ୍ରାସ ପାଉଛି ବୋଲି ଧରାଯିବ। ଏହି ସ୍କୋର ଦେଶଗୁଡ଼ିକର ସୈନ୍ୟବାହିନୀର ସଂଖ୍ୟା ବଳ, ଅସ୍ତ୍ରଶସ୍ତ୍ରର ଶକ୍ତି, ଲଜିଷ୍ଟିକ୍ ପରିବହନ କ୍ଷମତା, ଭୌଗଳିକ ଅବସ୍ଥାନ ଏବଂ ଅର୍ଥନୈତିକ ଶକ୍ତି ଆଧାରରେ ଦିଆଯାଇଥାଏ।

ଶୀର୍ଷ 6 ଦେଶର ରାକିଂରେ ପରିବର୍ତ୍ତନ ହୋଇନି

ଯଦି ଆମେ ଏବେର ସ୍କୋରକୁ ଦେଖିବା, ଟପ୍ -6 ଦେଶର ମାନ୍ୟତା 2024 ଭଳି ସମାନ ରହିଛି। ତେବେ ସମସ୍ତ ଦେଶର ସାମରିକ ଶକ୍ତି ସ୍କୋରରେ କିନ୍ତୁ କିଛି ହ୍ରାସ ଘଟିଛି। ଶୀର୍ଷରେ ଆମେରିକା ରହିଥିଲେ ବି ପୂର୍ବ ସ୍କୋର ତୁଳନାରେ ପଛରେ ରହିଛି। ସେହିଭଳି ଋଷର ଶକ୍ତିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଏହି କ୍ରମରେ ଜଣାପଡ଼ିଛି ଯେ ଋଷ ଏବଂ ଚୀନ୍‌ର ଶକ୍ତି ସମାନ ଭାବେ ରହିଛି। ଅନ୍ୟପଟେ ଭାରତ ମଧ୍ୟ ପୂର୍ବ ଭଳି ଚୀନ ପରେ ଚତୁର୍ଥ ସ୍ଥାନରେ ରହିଛି।

ପାକିସ୍ତାନ ତୁଳନାରେ ଭାରତ ସୈନ୍ୟ ବଳ କେତେ ?

ପଡ଼ୋଶୀ ଦେଶ ପାକିସ୍ତାନ ତୁଳନାରେ ଭାରତର ସ୍ଥିତି ଖୁବ ମଜବୁତ ରହିଛି। ସୈନ୍ୟବଳ ଠାରୁ ଆରମ୍ଭ କରି ପ୍ରତିରକ୍ଷା ବଜେଟ ଯାଏ ପାକିସ୍ତାନ ଠାରୁ ଭାରତ ଖୁବ ମଜବୁତ ରହିଛି। ସ୍ଥଳସେନା ଦୃଷ୍ଟିରୁ ଚୀନ ଭାରତ ଅପେକ୍ଷା ଅଧିକ ହାଲୁକା ଆର୍ଟିଲିରି ରହିଛି। କିନ୍ତୁ ଟ୍ୟାଙ୍କ ଏବଂ ଭାରି ଯାନ ଦୃଷ୍ଟିରୁ ଭାରତ ନିଜର ଶକ୍ତି ବୃଦ୍ଧି କରିଛି। ଏହାବ୍ୟତୀୟ ବାୟୁସେନା କ୍ଷେତ୍ରରେ ମଧ୍ୟ ପାକିସ୍ତାନଠାରୁ ଭାରତ ଢ଼େର ଶକ୍ତିଶାଳୀ ହୋଇଛି।

 

Leave A Reply

Your email address will not be published.