ଭୁବନେଶ୍ୱର: ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅସ୍ଥିରତା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୯୦,୧୦୦ ଟଙ୍କାରେ କାରବାର ହେଉଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ଦର ସମାନ ରହିଛି।
ଦେଶର ଅନ୍ୟ ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦର ଏକାପରି ଦେଖାଯାଉଛି। ମୁମ୍ବାଇରେ ୨୪ କ୍ୟାରେଟ୍ ୯୮,୨୯୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୧୦୦ ଟଙ୍କା, ଚେନ୍ନାଇରେ ଏହି ଦର ସମାନ, କୋଲକାତାରେ ମଧ୍ୟ ୨୪ ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଯଥାକ୍ରମେ ୯୮,୨୯୦ ଓ ୯୦,୧୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ସାମାନ୍ୟ ଅଧିକ ଦର ଦେଖାଯାଇଛି, ଯେଉଁଠାରେ ୨୪ କ୍ୟାରେଟ୍ ୯୮,୪୪୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୨୫୦ ଟଙ୍କା ରହିଛି।ଅନ୍ୟପଟେ, ରୂପାର ଦର କିଲୋଗ୍ରାମ ପିଛା ୧,୨୦,୦୦୦ ଟଙ୍କାରେ କାରବାର ଆରମ୍ଭ କରିଛି। ଏହି ଉଚ୍ଚ ଦର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିବାହ ଋତୁରେ ସୁନା କିଣିବାକୁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ବିଶେଷଜ୍ଞଙ୍କ ମତରେ, ଆନ୍ତର୍ଜାତୀୟ ବଜାରରେ ଅର୍ଥନୈତିକ ଅସ୍ଥିରତା ଓ ନିବେଶକମାନଙ୍କର ସୁନା ପ୍ରତି ବଢ଼ୁଥିବା ଆଗ୍ରହ ଏହି ଦର ବୃଦ୍ଧିର ମୁଖ୍ୟ କାରଣ। ତେବେ, ଗ୍ରାହକମାନେ ସୁନା କିଣିବା ପୂର୍ବରୁ ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ‘BIS Care App’ ବ୍ୟବହାର କରି ସୁନାର ହଲମାର୍କ, ଲାଇସେନ୍ସ ନମ୍ବର ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ। ଯଦି କିଛି ତ୍ରୁଟି ଦେଖାଯାଏ, ତେବେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ ଦାୟର କରାଯାଇପାରିବ। ଏହା ସହିତ, ନିୟମିତ ଭାବେ ସୁନା ଦର ଯାଞ୍ଚ କରି ହ୍ରାସ ସମୟରେ କିଣିବା ଦ୍ୱାରା ଗ୍ରାହକମାନେ ଅଧିକ ସୁବିଧା ପାଇପାରିବେ। ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ, ସୁନା କିଣିବା ପୂର୍ବରୁ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ କିଣନ୍ତୁ ଏବଂ ବିଲ୍ ଓ ହଲମାର୍କ ସାର୍ଟିଫିକେଟ୍ ନିଶ୍ଚିତ ଭାବେ ସଂଗ୍ରହ କରନ୍ତୁ। ଏହା ଗ୍ରାହକଙ୍କୁ ଭବିଷ୍ୟତରେ ଯେକୌଣସି ସମସ୍ୟାରୁ ରକ୍ଷା କରିବ।
Comments are closed.