Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ମାନିଲା ଗୁଗୁଲ ମ୍ୟାପ, ଗୋଟିଏ କଥାରେ ବଦଳିଗଲା ସ୍ଥାନର ନାଁ

ନୂଆଦିଲ୍ଲୀ: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆକ୍ସନ୍ ମୋଡକୁ ଆସିଛନ୍ତି। ଶପଥ ନେବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଡୋନାଲ୍ଡ ଟ୍ରମ୍ପ ଦେଶର ଅନେକ ସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁଗୁଲ୍ ମ୍ୟାପ୍ସ ଗଲ୍ଫର ମେକ୍ସିକୋ ନାମକୁ ଗଲ୍ଫ ଅଫ୍ ଆମେରିକାରେ ପରିବର୍ତ୍ତନ କରିଛି। ଏବେ ‘ଗଲ୍ଫ ଅଫ୍ ମେକ୍ସିକୋ’ ବଦଳରେ ଗୁଗୁଲ୍ ମ୍ୟାପ୍ସରେ ‘ଗଲ୍ଫ୍ ଅଫ୍ ଆମେରିକା’ ଲେଖା ରହିଛି। ଗୁଗୁଲ ଏହା ଉପରେ ଏକ ବିବୃତ୍ତି ମଧ୍ୟ ଜାରି କରିଛି।
ଗୁଗୁଲ୍ ମ୍ୟାପ୍ ଏକ୍ସ ପୋଷ୍ଟରେ ଏକ ବିବୃତ୍ତି ଜାରି କହିଛି । ଏଥିରେ କୁହାଯାଇଛି ଯେ, ଆମର ନିୟମ ଅନୁସାରେ ଯେତେବେଳେ ସରକାରୀ ଭାବେ କୌଣସି ସ୍ଥାନର ନାଁ ପରିବର୍ତ୍ତନ କରାଯାଇଥାଏ, ଏହାକୁ ମ୍ୟାପରେ ଅପଡେଟ କରାଯାଇଥାଏ । ଗୁଗୁଲ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ କେବଳ ଆମେରିକୀୟ ଗୁଗୁଲ୍ ମ୍ୟାପ୍ ବ୍ୟବହାରକାରୀଙ୍କ ପାଇଁ ହେବ, ଅନ୍ୟ ଦେଶରେ ଗୁଗୁଲ୍ ମ୍ୟାପର ଉଭୟ ନାମ ‘ଗଲ୍ଫ୍ ଅଫ୍ ଆମେରିକା’ ଏବଂ ‘ଗଲ୍ଫ ଅଫ୍ ମେକ୍ସିକୋ’ ରହିବ।

ସୂଚନା ଥାଉକି, ଜାନୁଆରୀ ୨୦ ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ଏଥି ସହିତ, ଗତ ସପ୍ତାହରେ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଥିଲେ ଯେଉଁଥିରେ ମେକ୍ସିକୋ ଗଲ୍ଫର ନାମକୁ ଗଲ୍ଫ ଅଫ୍ ଆମେରିକାରେ ପରିବର୍ତ୍ତନ କରିବା ପାଇଁ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଥିଲା।

Leave A Reply

Your email address will not be published.