ବ୍ରହ୍ମପୁର: ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ସଭାପତିତ୍ବ କରିଥିଲେ। ତେବେ ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ୨୦୨୦ ନଭେମ୍ବରରେ ଟାଟା କମ୍ପାନିରେ ନିଯୁକ୍ତିରେ ଠକେଇ ଅଭିଯୋଗରେ ପ୍ରଦୀପ ଗିରଫ ହେବା ଏବଂ ପରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ । ତା’ ପରଠୁ ତାଙ୍କୁ ଆଉ କୌଣସି ସରକାରୀ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା। ଏନେଇ ଅନେକ ଥର ବିଧାୟକ ପାଣିଗ୍ରାହୀ କହିଥିଲେ ଯେ, ପ୍ରଶାସନ ତରଫରୁ ତାଙ୍କୁ ସରକାରୀ ବୈଠକ ସଂପର୍କରେ ସୂଚନା ଦିଆଯାଉ ନାହିଁ କିମ୍ବା ନିମନ୍ତ୍ରଣ କରାଯାଉ ନାହିଁ। ଏନେଇ ସେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଥିଲେ। ତେବେ ଗୁରୁବାରର ବୈଠକ ସଂପର୍କରେ ପୂର୍ବରୁ ସମସ୍ତ ବିଧାୟକ ଏବଂ ପରିଷଦର ସଦସ୍ୟମାନଙ୍କୁ ଗତ ୬ ତାରିଖରେ ଅତିରିକ୍ତ ଜିଲାପାଳଙ୍କ ତରଫରୁ ଚିଠି କରାଯାଇଥିଲା। ଏହି ଚିଠି ବିଧାୟକ ପାଣିଗ୍ରାହୀଙ୍କ ପାଖରେ ପହଞ୍ଚିଥିଲା। ଚିଠି ପାଇବା ପରେ ସେ ବୈଠକରେ ଯୋଗଦେଇଥିଲେ । ତେବେ ପୂର୍ବରୁ ସରକାରୀ ଚିଠି ତାଙ୍କ ପାଖକୁ ଯାଉନଥିବା ବେଳେ ଏହି ବୈଠକର ଚିଠି କେମିତି ଗଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ପ୍ରଶାସନ ତରଫରୁ ଡକାଯାଉନଥିବା ବେଳେ ଏହି ବୈଠକକୁ ଡକାଯାଇଥିବା ଯୋଗୁ ଆସିଥିବା ବିଧାୟକ ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ। ବୈଠକରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.