Latest Odisha News

କେନ୍ଦ୍ର ସେରକାର ଆଣୁଛନ୍ତି ବଡ଼ ନିୟମ, ଦେଶ ବାହାରକୁ ପଠାଇ ପାରିବେ ନାହିଁ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ବଡ଼ ନିୟମ । କମ୍ପାନିଗୁଡ଼ିକ ଆଉ ଦେଶ ବାହାରକୁ ଡାଟା ପଠାଇ ପାରିବେ ନାହିଁ । ତେବେ ଏହି ନିୟମ ଦେଶୀୟ କମ୍ପାନି ଉପରେ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହି ନିୟମ ଅନୁସାରେ, ଦେଶୀୟ କମ୍ପାନି ସହ ଦେଶରେ ଥିବା ବିଦେଶୀ କମ୍ପାନି ଉପରେ ବି ଲାଗୁ ହେବ । ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସ (DPDP) ଆକ୍ଟର ବିଧେୟକ ଅନୁସାରେ ସରକାର ଦେଶର ଡାଟା ବାହାରକୁ ପଠାଇବା ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିପାରନ୍ତି । ଏହାସହ ବ୍ୟକ୍ତିଗତ ସୂଚନାକୁ ଦେଶ ବାହାରକୁ ପଠାଇବାର ଅଧିକାର କେନ୍ଦ୍ର ସରକାରଙ୍କ ଅଧିନରେ ରହିବ ।

ଡ୍ରାଫ୍ଟର ଏହି ନିୟମ ଉପରେ ଅଧିକ ଆଲୋଚନା ପାଇଁ ସାର୍ବଜାନୀନ କରାଯାବି। ଏହାକୁ ଜାନୁଆରୀ ୩ରେ ସାର୍ବଜାନୀନ କରାଯିବ ବୋଲି ଜଣାପଡ଼ିଛି । ଏହି ଆକ୍ଟର ଡ୍ରାଫ୍ଟ ନିୟମ ୧୪ ଅଧିନରେ ଭାରତ ବାହାରକୁ କୌଣସି ପ୍ରକାର ଡାଟା ଟ୍ରାନ୍ସଫର କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆଦେଶ ଅଧିନରେ ଆସିବ । ଏହି ନିୟମ ଅନୁସାରେ ତେବେ ଏହି ରୁଲ୍ ୧୪ କେଉଁ ଆଧାରରେ କସରକାର ଏପରି ଆଦେଶ ଜାରି କରିବେ ତାହା ସ୍ପଷ୍ଟ କରିନାହିଁ । ଉଲ୍ଲେଖଯୋଗ୍ୟ ଯେ ଡିପିଡିପି ଆକ୍ଟର ଧାରା ୧୭(୨) ସରକାରଙ୍କୁ ବିଶେଷ ପରିସ୍ଥିତିରେ ଡାଟା ଟ୍ରାନ୍ସଫର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନୁମତି ଦେଉଛି।

 

Comments are closed.