Latest Odisha News

BREAKING NEWS

ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ଦେବେ ଜରିମାନା

ନୂଆଦିଲ୍ଲୀ: ପୁଣି ଥରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।

ତେବେ ଆଶ୍ୱସ୍ତିର କଥା ହେଉଛି ଯେଉଁମାନେ ବ୍ୟକ୍ତିଗତ ୪ ଚକିଆ ଯାନରେ ଯାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏ ନିୟମ ଲାଗୁ ହେବ ନାହିଁ । ଅର୍ଥାତ୍ ଯଦି ଆପଣ ଆପଣଙ୍କ କାରରେ ଯାଉଛନ୍ତି ତାହେଲେ ମାସ୍କ ପିନ୍ଧିବା ଆପଣଙ୍କ ଉପରେ ନିର୍ଭର କରେ ।

Leave A Reply

Your email address will not be published.