ବ୍ରହ୍ମପୁର: ବ୍ରହ୍ମପୁର
ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ କରାଯିବା ସହିତ ଦୁଇଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ସୁପରଭାଇଜର ହେଲେ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଏମ.ବ୍ରହ୍ମାମ ଏବଂ ବ୍ରହ୍ମପୁର ହିଲପାଟଣା ଅଞ୍ଚଳର ସୁବ୍ରତ କୁମାର ବେହେରା। କାରଖାନାର ମାଲିକ ତଥା ବ୍ରହ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ପି.ଗୋପାଳ କ୍ରିଷ୍ଣାଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ।
ଗୋଳନ୍ଥରା ପୋଲିସ ପ୍ରଥମେ ଅଟୋନଗର ଠାରେ ଥିବା ଏକ କାରଖାନା ଉପରେ ଚଢ଼ଉ କରିଥିଲା। କିନ୍ତୁ ପରେ ସୂଚନା ମିଳିଲା ଯେ, ହଳଦିଆପଦରର ଏକ ବଡ଼ କୋଠାରେ ମଧ୍ୟ କାରଖାନା ଚାଲିଛି। ପରେ ସେଠାରେ ମଧ୍ୟ ଚଢ଼ଉ ହେଲା। କୋଠା ଭିତରେ ଯେତିକି ପରିମାଣର ଗୁଟଖା ଏବଂ କଞ୍ଚାମାଲ ଗଚ୍ଛିତ ଥିଲା, ତାହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା। ରାତି ହୋଇଯିବା ଯୋଗୁ ଚଢ଼ଉକୁ ବନ୍ଦ କରି ପୋଲିସ ମୁତୟନ କରାଯାଇଥିଲା। ଗୁରୁବାର ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। କାରଖାନାଟି ପି.ଗୋପାଳ କ୍ରୀଷ୍ଣାଙ୍କ ନାମରେ ଥିବା ଜଣାପଡ଼ିଥିଲା।
ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, କାରଖାନା ଭିତରୁ ୫୦ ଟନ୍ ଗୁଆ, ୫ ଟ୍ ପାନ ମଧୁରୀ, ୨ ଟନ ଧନିଆ, ୭ ଟନ ଧୁଆଁପତ୍ର, ୩ ଟନ ଗୁଣ୍ଡ ଧୁଆଁ ପତ୍ର, ଗୁଟଖା ୫୦ ବସ୍ତା, ଜରି ୧୦୦୦ ରୋଲ୍, ପ୍ୟାକିଙ୍ଗ ମସିନ ୮ଟି, ଗୁଆ କଟା ମସିନ ୧୮ଟି, ମିକ୍ସଚର ମସିନ ୧୨ଟି, ୨ହଜାର ଲିଟର ପର୍ଫୁମ୍, ୫୦ଟି ଓଜନ ମସିନ, ୧୨ଟି ଫ୍ରାଏ ମସିନ ସହ ବିପୁଳ ପରିମାଣର କଞ୍ଚାମାଲ ଏବଂ ବଡ଼ ବଡ଼ ମସିନ ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ୧୦ କୋଟି ଟଙ୍କା ହେବ। କାରଖାନାର ମାଲିକ ଗୋପାଳ କ୍ରୀଷ୍ଣାଙ୍କ ନାମରେ ୨୦୧୬ ମସିହାରେ ମଧ୍ୟ ବେଆଇନ ଗୁଟଖା କାରବାରରେ ସଂପୃକ୍ତି ନେଇ ଗୋଷାଇଁନୂଆଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଯାହା ବର୍ତ୍ତମାନ ମଧ୍ୟ ବିଚାରଧୀନ ଅବସ୍ଥାରେ ଅଛି। ଏବେ ପୁଣି ଥରେ ସଂପୃକ୍ତି ଅଭିଯୋଗ ଆସିଛି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Comments are closed.