Latest Odisha News

ସ୍ରାଏଲ୍ ଓ ହାମାସ୍ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଦୁଇ ଦେଶ ପାଇଁ ଆସିବ ଭଲ ଖବର

ନୂଆଦିଲ୍ଲୀ: ଖୁବ ଶୀଘ୍ର ଇସ୍ରାଏଲ୍ ଓ ହାମାସ୍ ଯୁଦ୍ଧରେ ଲାଗିପାରେ ବିରାମ । ଖୁବ ଶୀଘ୍ର ହୋଇପାରେ ଯୁଦ୍ଧବିରତି ବୁଝାମଣା । ଯେତେଦୂର ଆଶା ଆସନ୍ତା ସପ୍ତାହରେ ଏହି ସଫଳତା ମିଳିପାରେ । ଯଦି ଯୁଦ୍ଧବିରତି ବୁଝାମଣା ହୁଏ, ତେବେ ହାମାସ୍ ବନ୍ଧକ ରଖିଥିବା ୩୩ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ । ୨୦୨୩ ଅକ୍ଟୋବର ୭ ତାରିଖ ଆକ୍ରମଣ ବେଳେ ଇସ୍ରାଏଲର ଅଢ଼େଇ ଶହରୁ ଅଧିକ ଲୋକଙ୍କୁ ଅପହରଣ କରି ନେଇଥିଲା ହାମାସ୍ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଛାଡ଼ିଥିବା ବେଳେ ଅତିକମରେ ୩୪ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ବର୍ତ୍ତମାନ ଯେଉଁ ୩୩ ଜଣ ହାମାସ କବଜାରେ ଅଛନ୍ତି, ତାହା ସରକାରୀ ସଂଖ୍ୟା । ସେମାନଙ୍କ ମଧ୍ୟରୁ କେତେ ବଞ୍ଚିଛନ୍ତି, କେତେ ମରିଛନ୍ତି ତାହା କେବଳ ହାମାସକୁ ହିଁ ଜଣା। ଆସନ୍ତା ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍‌ଡ ଟ୍ରମ୍ପ । ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ସୋମବାର କହିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ପରେ ବିଡେନ୍ ପ୍ରଶାସନରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ୍ ମଧ୍ୟ ସେହି ସମାନ କଥା କହିଥିଲେ ।

ଯୁଦ୍ଧବିରତିର ସମ୍ଭାବନା ଅଧିକ ଏବଂ ହାମାସ୍ ଉପରେ ନିରନ୍ତର ଚାପ ରହିଥିବା କହିଥିଲେ ସୁଲିଭାନ୍ । ଯୁଦ୍ଧ ବିରତି ପାଇଁ ସପ୍ତାହେ ହେଲା ଲାଗିଛନ୍ତି ଆମେରିକାର ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ବ୍ରେଟ୍ ମ୍ୟାକ୍ ଗୁର୍କ । କାତାର୍ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ସବୁକିଛି ସଠିକ ଦିଗରେ ଥିବା ଜଣାପଡ଼ିଛି । ତେଣୁ ଏଭଳି ସ୍ଥିତିରେ ବିଡେନ ପ୍ରଶାସନର ଶେଷ ସପ୍ତାହରେ ଏବଂ ଟ୍ରମ୍ପ ପ୍ରଶାସନର ଉଦଘାଟନ ପୂର୍ବରୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧକୁ ନେଇ ବଡ଼ ଡେଭଲପମେଣ୍ଟ ଦେଖିପାରେ ବିଶ୍ବ ।

Leave A Reply

Your email address will not be published.