Latest Odisha News

ଆତ୍ମସମର୍ପଣ କଲା କୁଖ୍ୟାତ ମାଓନେତା ସୀତାରାମ ରେଡ୍ଡୀ

ମାଲକାନଗିରି: ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନାର ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ମାଓ ନେତା ସୀତାରାମ ରେଡ୍ଡୀଙ୍କ ନିଜ ଘର କୋତ୍ତାଗୂଡେମ ଜିଲ୍ଲାରେ। ସେ ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ଜଣେ ଆଗ ଧାଡ଼ିର ସକ୍ରିୟ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ହେଲେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ତାଙ୍କର ଗୋଟିଏ ହାତ କଟି ଯାଇଥିଲା ।

ପରେ ବିଶାଖାପାଟଣା ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଥିଲା । କିଛି ବର୍ଷ ପରେ ଜେଲରୁ ମୁକୁଳିବା ପରେ ପୁଣି ଥରେ ସେ ମାଓ ସଂଗଠନ ରେ ଯୋଗଦେଇ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ । ହେଲେ ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ନକ୍ସଲ ମାନେ ଆଉ ସେଠାରେ ରହିବା ମୁସକିଲ ହେବା ସହ ବୟସ ବୃଦ୍ଧି କାରଣରୁ ମାଓ ନେତା ସୀତାରାମ ରେଡ୍ଡୀ ଖମାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

Comments are closed.